ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ପୁଲିସ ହାଜତରେ ରହିବେ ଲିଙ୍ଗାୟତ ମହନ୍ତ

ଚିତ୍ରଦୁର୍ଗ : ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଲିଙ୍ଗାୟତ ମଠ ମହନ୍ତ ଶିବମୂର୍ତ୍ତି ମୁରୁଘା ଶରଣାରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ପୁଲିସ ହାଜତରେ ରହିବେ। ୨ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଲିଙ୍ଗା‌ୟତ ମହନ୍ତଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ ଚିତ୍ରଦୁର୍ଗ ସେସନ୍ସ କୋର୍ଟରେ ହାଜର କରାଯାଇଥିଲା। ପୁଲିସ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା। ତେବେ କୋର୍ଟ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଅନୁମତି ଦେଇଛନ୍ତି। ଲିଙ୍ଗାୟତ ମହନ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବା ପୂର୍ବରୁ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ମେଡିକାଲ ଚେକଅପ୍‌ ପରେ ତାଙ୍କୁ ସିଧାସଳଖ କୋର୍ଟରେ ହାଜର କରାଯାଇଥିଲା। ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଆଜି ଗଣମାଧ୍ୟମକୁ କହିଥିଲେ ଯେ ଉକ୍ତ ଅଭିଯୋଗ ସଂକ୍ରାନ୍ତରେ କୌଣସି ଉତ୍ତର ଆମେ ରଖି ପାରିବୁନି। ସବୁକିଛି ଆଇନ ଅନୁଯାୟୀ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର