ଅନ୍‌ଲାଇନ୍‌ରେ ରେଳବାଇ ଟିକିଟ୍‌ ବୁକିଙ୍ଗ୍‌ କରିବା ନିମନ୍ତେ ଆଧାର ବାଧ୍ୟତାମୂଳକ ବୋଲି ମିଥ୍ୟା ସମ୍ବାଦ ପ୍ରସାରିତ ହେଉଥିବାବେଳେ ଭାରତୀୟ ରେଳବାଇ ଅନ୍‌ଲାଇନ୍‌ ହ୍ୟାଣ୍ଡଲ୍‌ ‘ଆଇଆର୍‌ସିଟିସି’ ସ୍ପଷ୍ଟ କରି ଦେଇଛି ଯେ ଅଧାର ବିନା ଇ-ବୁକିଙ୍ଗ୍‌ ମଧ୍ୟ ଚାଲିଛି।

Advertisment

ନିଜର େଓ୍ଵବ୍‌ସାଇଟ୍‌ରେ ‘ଆଇଆର୍‌ସିଟିସି’ ବୁଝାଇ ଦେଇଛି ଯେ ଯଦି ଜଣେ ଲୋକ ମାସକୁ ୬ଟିରୁ ଅଧିକ ଟିକିଟ୍‌ ବୁକିଙ୍ଗ୍‌ କରନ୍ତି, ତେବେ ‘ଆଇଆର୍‌ସିଟିସି’ ଆକାଉଣ୍ଟ୍‌ ସହ ତାଙ୍କ ଆଧାର ନମ୍ବର ସଂଯୋଗ କରିବା ଆବଶ୍ୟକ।

ଆଧାର ସହ ‘ଆଇଆର୍‌ସିଟିସି’ ସଂଯୋଗ କରିବା ସରଳ ଏବଂ ଅନ୍‌ଲାଇନ୍‌ରେ କରାଯାଇ ପାରିବ।

ମାସକୁ ୬ଟିରୁ ଅଧିକ ଏବଂ ୧୨ଟି ଯାଏଁ ଟିକିଟ୍‌ ବୁକିଙ୍ଗ୍‌ କରାଇବା ୫ଟି ପାହାଚ:

୧. ‘ଆଇଆର୍‌ସିଟିସି’ ରେଜିଷ୍ଟର୍‌ଡ୍‌ ବ୍ୟବହାରକାରୀ - ମାଇଁ ପ୍ରୋଫାଇଲ୍‌ରେ ଆଧାର କେଓ୍ଵାଇସି ଅପ୍‌ସନ୍‌ ବ୍ୟବହାର କରି ନିଜେ ଆଧାର ଯାଞ୍ଚ କରାଇବା ଆବଶ୍ୟକ।

୨. ନିଜର ଆଧାର ନମ୍ବର ସଂଯୋଗ କରାଯାଇଥିବା ବ୍ୟବହାରକାରୀଙ୍କ ମୋବାଇଲ୍‌ ନମ୍ବରକୁ ଏକ ଓଟିପି ପଠାଯାଇ ତାଙ୍କର ଆଧାର ଯାଞ୍ଚ କରାଯିବ।

୩. ମାସକୁ ୬ଟି ଟିକିଟ୍‌ରୁ ଗୋଟିଏ ବି ଟିକିଟ୍‌ ଅଧିକ ବୁକ୍‌ କରାଇବାକୁ ହେଲେ ମଧ୍ୟ ଆଧାର ଯାଞ୍ଚ କରାଯିବ।

୪. ସେମାନଙ୍କ ଆଧାର ନମ୍ବର ଜରିଆରେ ବ୍ୟବହାରକାରୀମାନେ ସମ୍ଭାବ୍ୟ ଯାତ୍ରୀମାନଙ୍କୁ ଯାଞ୍ଚ କରିବା ଏବଂ ଯାଞ୍ଚ କରାଯାଇଥିବା ଯାତ୍ରୀଙ୍କୁ ପାସେଞ୍ଜର୍ସ ମାଷ୍ଟର୍‌ ଲିଷ୍ଟ୍‍ରେ ରଖିବା ଆବଶ୍ୟକ। ମାସକୁ ୬ଟି ଟିକିଟ୍‌ ବୁକିଙ୍ଗ୍‌ କରାଯିବା ପରେ, ଅଧିକ ଟିକିଟ୍‌ ବୁକିଙ୍ଗ୍‌ ପ୍ରକ୍ରିୟା ଆରମ୍ଭ କରିବା ଆଗରୁ ଏହା କରାଯିବା ଉଚିତ।

୫. ମାସିକ ଅତିରିକ୍ତ ୧୨ଟି ଯାଏଁ ଟିକିଟ୍‌ ବୁକିଙ୍ଗ୍‌ କରିବା ସମୟରେ ବ୍ୟବହାରକାରୀମାନେ ଆଧାର ଯାଞ୍ଚ କରାଯାଇଥିବା ଯାତ୍ରୀମାନଙ୍କୁ ମାଷ୍ଟର୍‌ ତାଲିକାଭୁକ୍ତ କରି ପାରିବେ।