ଭାବନଗର: ଗୁଜୁରାଟର ଗିର୍ ଅଭୟାରଣ୍ୟର ସିଂହ ଏବେ ଜଙ୍ଗଲ ଭିତରେ ରହୁନାହାନ୍ତି । ଏମାନେ ଏବେ ଆଖପାଖ ସମସ୍ତ ଜିଲ୍ଲାରେ ବୁଲିବାକୁ ଲାଗିଲେଣି। ଭାବନଗର ଜିଲ୍ଲାର ମହୁଆ ତହସିଲ୍ରର ଗଲେଶ୍ୱରରେ ବୁଧବାର ରାତିରେ ଏକ ସିଂହ ସେଇ ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ଉପରେ ଆକ୍ରମଣ କରିବା ପରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନାରୁ ଜାଣିବାକୁ ମିଳିଛି ଯେ, ରାମଭାଇ ଚୁଡ଼ାସମା ନାମକ ୩୭ ବର୍ଷିଅ ମାଛ ଧରାଳି ରାତିରେ ସେହି ବାଟ ଦେଇ ନିଜ ଘରକୁ ଫେରୁଥିଲେ। ରାତି ପାଖାପାଖି ୨ଟା ସମୟରେ ସିଂହଟି ରାମଭାଇଙ୍କ ଉପରେ ଆକ୍ରମଣ କରିଥିଲା। ରାମଭାଇଙ୍କର ପ୍ରାୟ ଅଧା ଶରୀର ବାଘଟି ଖାଇ ଯାଇଥିଲା। ବାକି ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
/sambad/media/post_attachments/wp-content/uploads/2018/12/download-2-11-300x168.jpg)
ଏହି କାରଣରୁ ସଂପୃକ୍ତ ଅଞ୍ଚଳବାସୀଙ୍କର ବାଘକୁ ନେଇ ମନରେ ଏକ ଭୟ ବସା ବାନ୍ଧି ସାରିଲାଣି। ବନ୍ୟ ବିଭାଗୀୟ କର୍ମଚାରୀଙ୍କ ପକ୍ଷରୁ ସିଂହକୁ ଧରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି। ଏଯାବତ୍ ସିଂହକୁ ଧରା ଯାଇପାରି ନାହିଁ। ଲୋକଙ୍କ ମନରେ ଏବେ ଏହି ଭୟ ବସା ବାନ୍ଧିଛି ଯେ ଥରେ ସିଂହ ମୁହଁରେ ମଣିଷ ରକ୍ତ ଲାଗିବା ପରେ ସେ ବାରମ୍ବାର ମଣିଷ ଖାଇବାର ଉଦ୍ୟମ କରିପାରେ।
ଏପରି ପ୍ରଥମ ଥର ଘଟିନାହିଁ। ଗତ ମାସରେ ବି ଏପରି ଏକ ଘଟଣା ଘଟିଥିଲା। ଗିର୍ ଜଙ୍ଗଲର ଦୁଇ ହିଂସ୍ର ସିଂହ ବନ କର୍ମଚାରୀମାନଙ୍କ ଉପରେ ଆକ୍ରମଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/lion_attack55_1544706843_618x347.jpeg)