ବାରହା ପାଇଁ ବିଛାଯାଇଥିବା ଫାଶରେ ପଡି ସିଂହର ମୃତ୍ୟୁ

ଅହମ୍ମଦାବାଦ: ବାରହାକୁ ଧରିବାକୁ କୃଷକ ବିଛାଇଥିଲେ ଫାଶ | କିନ୍ତୁ ଏହି ଫାଶରେ ସିଂହଟିଏ ପଡିଯାଇ ତାହାର ମୃତ୍ୟୁ ଘଟିଛି | ଏଭଳି ଏକ ଅଭାବନୀୟ ଘଟଣା ଗୁଜୁରାଟର ଅମରେଲି ଅଂଚଳରେ ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ନିଜ ଜମିରେ ବାରମ୍ବାର ଫସଲ ବାରହାମାନେ ନଷ୍ଟ କରିଦେଉଥିବାରୁ ବାରହାଙ୍କୁ ଧରିବା ପାଇଁ କୃଷକ ଜଣକ ଫାଶ ବିଛାଇଥିଲେ |

କିନ୍ତୁ ବାରହା ବଦଳରେ ସିଂହଟିଏ ଏହି ଫାଶରେ ପଡିଯାଇଥିଲା | ଏହି ଫାଶରେ ପଡି ସିଂହଟି ଶ୍ୱାସରୁଦ୍ଧ ହୋଇପଡ଼ିଥିଲା | ପରେ ସିଂହଟିର ମୃତ୍ୟୁ ଘଟିଛି | ମିଳିଥିବା ସୂଚନା ମୁତାବକ ଗୁଜୁରାଟରେ ଥିବା ସିଂହଙ୍କ ଅଭୟାରଣ୍ୟ ଗିର ନିକଟରେ ଏଭଳି ଏକ ଘଟଣା ଘଟିଛି | ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଫାଶରେ ପଡି ସିଂହର ମୃତ୍ୟୁ ଘଟିଛି |

ତେବେ ସିଂହକୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରିବା ପାଇଁ ଏହି ଫାଶ ବିଛାଯାଇନଥିଲା | ବରଂ ଦୁର୍ଘଟଣାବଶତଃ ସିଂହଟିର ମୃତ୍ୟୁ ଘଟିଥିବାର ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି | ବର୍ତ୍ତମାନ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଅଂଚଳରେ ଫାଶ କେଉଁଠି ଲଗାଯାଇଛି ତାହାର ଅନୁସନ୍ଧାନ ଆରମ୍ଭ ହୋଇଛି |

ସମ୍ବନ୍ଧିତ ଖବର