ପାଟନା: ମଦବ୍ୟାନ ବିହାରର ବିଧାନସଭା ପରିସରରୁ ଖାଲି ମଦ ବୋତଲ ମିଳିବାକୁ ନେଇ ରାଜନୀତି ଜୋର ଧରିଛି | ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ବିଧାୟକ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ଦାବି କରିଥିବାବେଳେ ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ ମଦ ବ୍ୟାନ ଥିବା ରାଜ୍ୟର ବିଧାନସଭା ପରିସରରେ ଯଦି ଖାଲି ମଦ ବୋତଲ ମିଳୁଛି ତେବେ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେଇଦେବା ଆବଶ୍ୟକ |
ବିଧାନସଭା ପରିସରରେ ମଦ ବୋତଲ ମିଳିବାକୁ ନେଇ ତେଜସ୍ୱୀ ନିଜେ ଦେଖିବାକୁ ଯାଇଥିଲେ | ଏହା ଆରେ ସେ ଏକ ଭିଡିଓ ଟ୍ୱିଟ କରି ଲେଖିଛନ୍ତି ଯେ ଏହା ଅଦ୍ଭୁତ ଘଟଣା | ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରୁ କିଛି ଦୂରରେ ବିଭିନ୍ନ ବ୍ରାଣ୍ଡର ମଦ ବୋତଲ ମିଳିଛି |
अदभुत! बिहार विधानसभा परिसर के अंदर में शराब की बोतलें बरामद।
अभी शीतकालीन सत्र चल रहा है। CM के चेंबर से मात्र चंद कदम की दूरी पर विभिन्न ब्रांड की शराब ही शराब उपलब्ध।
कड़ी सुरक्षा के बीच चालू सत्र में ही विधानसभा में शराब मिल रही है, शेष बिहार की आप बस कल्पना कीजिए! शर्मनाक! pic.twitter.com/v1Sj2kiBkK
— Tejashwi Yadav (@yadavtejashwi) November 30, 2021
ଯଦି କଡା ସୁରକ୍ଷା ବଳୟ ଭିତରେ ଥିବା ବିଧାନସଭା ପରିସରରୁ ମଦ ବୋତଲ ମିଳିପାରୁଛି ତେବେ ଆପଣ କଳ୍ପନା କରିପାରୁଥିବେ ଯେ ବିହାରର ଅବସ୍ଥା କଣ ? ଏହି ଘଟଣାକୁ ନେଇ ନୀତିଶ କୁମାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି | ସେ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ |