ଦିଲ୍ଲୀରେ ଜୁନ ୧୦ରୁ ଶସ୍ତା ହେବ ମଦ, ପ୍ରତ୍ୟାହାର କରାଯିବ ଅତିରିକ୍ତ ଟ୍ୟାକ୍ସ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧୦ ରୁ ଦିଲ୍ଲୀରେ ମଦ ଶସ୍ତା ହେବ | ଦିଲ୍ଲୀ ସରକାର ମଦ ଉପରେ ଲାଗୁ କରିଥିବା ୭୦ ପ୍ରତିଶତ କରୋନା ସେସ ପ୍ରତ୍ୟାହାର କରୁଛନ୍ତି। ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ମଦ ଉପରେ ୫ ପ୍ରତିଶତ ଭାଟ୍ ବୃଦ୍ଧି କରାଯାଇଛି। ମଦ ମୂଲ୍ୟରେ ଏଣିକି ୨୫ ପ୍ରତିଶତ ଭାଟ ଲାଗୁ କରାଯିବ | ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣ ସମୟରେ ମଦ ଦୋକାନ ଖୋଲିବାର ନିଷ୍ପତ୍ତି ନିଆଯାଇଥିଲା । ଏହି ସମୟ ମଧ୍ୟରେ ହଜାର ହଜାର ଲୋକ ମଦ ଦୋକାନରେ ଭିଡ଼ ଜମାଇଥିଲେ।

ଏହାକୁ ରୋକିବା ପାଇଁ ସରକାର ୭୦ ପ୍ରତିଶତ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ବାସ୍ତବରେ, ଲକଡାଉନ୍ ୩.୦ ସମୟରେ ଦିଲ୍ଲୀରେ ମଦ ବିକ୍ରି ଆରମ୍ଭ ହୋଇଥିଲା। ମେ ୪ ରେ ମଦ ଦୋକାନରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା। ସାମାଜିକ ଦୂରତା ବାଧାପ୍ରାପ୍ତ ହୋଇଥିବାବେଳେ ପୁଲିସ ଲାଠିଚାର୍ଜ କରିବାକୁ ପଡିଥିଲା ।

Image Courtesy of Hindustan Times

ଏହା ପରେ କେଜ୍ରିୱାଲ ସରକାର ମେ ୫ ତାରିଖରୁ ଦିଲ୍ଲୀରେ ମଦ ଉପରେ ୭୦ ପ୍ରତିଶତ କରୋନା ସେସ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଅନ୍ୟ କିଛି ନିଷ୍ପତ୍ତି ନେଇଛନ୍ତି। ସୋମବାର ଠାରୁ ଦିଲ୍ଲୀରେ ଧାର୍ମିକ ସ୍ଥାନ, ମଲ୍ ଏବଂ ରେଷ୍ଟୁରାଣ୍ଟ ଖୋଲାଯିବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରାଯିବ।

ସମ୍ବନ୍ଧିତ ଖବର