ଏପ୍ରିଲ ୧ରୁ ୫୦ ପ୍ରତିଶତ ମହଙ୍ଗା ହୋଇଯିବ ମଦ

ପାଣାଜୀ: ଶସ୍ତା ମଦ ପାଇଁ ପ୍ରସିଦ୍ଧ ଗୋଆରେ ମଦର ମୂଲ୍ୟ ବଢିବାକୁ ଯାଉଛି | ଗୋଆ ଯାଇ ଶସ୍ତାରେ ମଦ ପିଇବାକୁ ଇଚ୍ଛା କରିଥିବା ପର୍ଯ୍ୟଟକଙ୍କୁ ଏଥିପାଇଁ ଅଧିକ ମୂଲ୍ୟ ଦେବାକୁ ପଡିପାରେ | ଗୁରୁବାର ଦିନ ରାଜ୍ୟ ସରକାର ବଜେଟ ୨୦୨୦-୨୧ ପ୍ରକାଶ କରିଥିବା ବେଳେ ଏଥିରେ ମଦ ବିକ୍ରି ଉପରେ ଅବକାରୀ ଶୁଳ୍କ ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି | ଏହି ପ୍ରସ୍ତାବ ଅନୁଯାୟୀ ମଦର ପ୍ରକାର ଭେଦ ଅନୁଯାୟୀ ୨୦ ପ୍ରତିଶତରୁ ୫୦ ପ୍ରତିଶତ ଅବକାରୀ ଶୁଳ୍କ ବଢାଯିବ | ବଢ଼ନ୍ତା ଦର ୧ ଏପ୍ରିଲ ୨୦୨୦ ମସିହାରୁ ଲାଗୁ ହେବ ବୋଲି ରାଜ୍ୟ ଅର୍ଥ ମନ୍ତ୍ରୀ କହିଛନ୍ତି |

photo-indiatimes

ଏହା ଛଡା ରାଜ୍ୟ ସରକାର ମଦ ଉତ୍ପାଦନ ଓ ଏହାର ବିକ୍ରି ଉପରେ ନଜର ରଖିବା ପାଇଁ ଡିଜିଟାଲ ସିଷ୍ଟମର ଯୋଜନା କରିଛନ୍ତି | ଏହି ଡିଜିଟାଲ ସିଷ୍ଟମ ସାହାଯ୍ୟରେ ଗୋଆରେ କେଉଁଦିନ କେତେ ମଦ ବିକ୍ରି ହେଉଛି ତାହା ସହଜରେ ସରକାର ଜାଣିପାରିବେ | ଏଠାରେ ସୂଚନା ଥାଉ କି ଗୋଆର ସୁଦୂର ବେଳାଭୂମି ସାଙ୍ଗକୁ ମନୋରମ ପରିବେଶ ଦେଶବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଗୋଆ ବୁଲିବାକୁ ଆସିଥାନ୍ତି | ଯେଉଁଥିପାଇଁ ରାଜ୍ୟ ସରକାର ଏଠାରେ ମଦ ଉପରେ ବହୁତ କମ ଅବକାରୀ ଟିକସ ନେଉଥିଲେ |

କିନ୍ତୁ ଏପ୍ରିଲଠାରୁ ଏହି ଟିକସ ୨୦ରୁ ୫୦ ପ୍ରତିଶତ ଯାଏଁ ବଢ଼ିଯିବ | ଗୁରୁବାର ଦିନ ଗୋଆ ସରକାର ୨୧୦୫୬ କୋଟି ଟଙ୍କାର ବଜେଟ ଆଗତ କରିଥିବା ବେଳେ ଗୋଆକୁ କେବଳ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ ନ କରାଯାଇ ଶିକ୍ଷାର କେନ୍ଦ୍ର ଭାବେ ମଧ୍ୟ ବିକାଶ କରିବାକୁ ବଜେଟରେ ବ୍ୟୟବରାଦ କରାଯାଇଛି |

ସମ୍ବନ୍ଧିତ ଖବର