ନୂଆଦିଲ୍ଲୀ: ଯଦି ଆପଣଙ୍କୁ ପଚରାଯାଏ ଯେ ଲକଡାଉନରେ କଣ କଲେ? ତେବେ ଆପଣ ଉତ୍ତର ଦେଇପାରନ୍ତି ରୋଷେଇ ଶିଖିଲି, ଘର ସଫା କଲି, ନୂଆ ଅନଲାଇନ କୋର୍ସ କଲି ବା ୱାର୍କଫ୍ରମ ହୋମ କଲି | ତେବେ ଲକଡାଉନ ସମୟରେ ଆଉ ଏକ ଅଭ୍ୟାସ ରେକର୍ଡ ଭାଙ୍ଗିଛି | ଏକ ତଥ୍ୟ ମୁତାବକ ମଦ୍ୟପାନ କରୁଥିବା ବ୍ୟକ୍ତିମାନେ ପୁରାତନ ରେକର୍ଡ ଭାଙ୍ଗି ଲକଡାଉନରେ ସର୍ବାଧିକ ମଦ ପିଇଛନ୍ତି | ଯଦିଓ କିଛି ମାସ ପାଇଁ ମଦ ଦୋକାନ ବନ୍ଦ ହୋଇଯାଇଥିଲା ତଥାପି ଯେତିକି ସମୟ ମଦ ଦୋକାନ ଖୋଲୁଥିଲା, ଲୋକ ଆବଶ୍ୟକତାଠାରୁ ଅଧିକ ମଦ କିଣି ନେଇ ଘରେ ରଖି ପିଉଥିଲେ |

Advertisment

ଏକ ଆକଳନ ଅନୁଯାୟୀ, ୨୦୨୧ ମସିହାରେ ଲୋକମାନେ ବିୟର, ହ୍ୱିସ୍କି, ଭୋଡକା ସର୍ବାଧିକ ପିଇଛନ୍ତି । ଗତ ବର୍ଷ ମଦ ବିକ୍ରୟ ୧୭ ରୁ ୧୮ ପ୍ରତିଶତ ବୃଦ୍ଧି ପାଇଛି, ଯାହାକି ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ | ତଥ୍ୟ ଅନୁଯାୟୀ, ୨୦୨୦ ମସିହାରେ ମଦ ବିକ୍ରିରେ ୨୦ ପ୍ରତିଶତ ଏବଂ ବିୟର ବିକ୍ରିରେ ୩୯ ପ୍ରତିଶତ ହ୍ରାସ ଘଟିଥିଲା । କହିବାକୁ ଗଲେ ଭାରତରେ ମୋଟ ମଦରୁ ୯୭ ପ୍ରତିଶତ ହ୍ୱିସ୍କି, ବ୍ରାଣ୍ଡି ଏବଂ ରମ୍ ବିକ୍ରି ହୋଇଥାଏ |

ବ୍ରିଟେନର ଏକ ଅନୁସନ୍ଧାନ ଏଜେନ୍ସି ଆକଳନ କରିଛି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ମଦ ବଜାର ୪.୪ ପ୍ରତିଶତ ହାରରେ ବୃଦ୍ଧି ପାଇବ ଏବଂ ବିୟର ବଜାର ୯.୩ ପ୍ରତିଶତ ବୃଦ୍ଧି ପାଇବ। ଗତ ୫ ବର୍ଷ ମଧ୍ୟରେ ବିୟର ବିକ୍ରି ୩.୭ ପ୍ରତିଶତ କମିଥିବାବେଳେ ପ୍ରଥମ ଲକଡାଉନ କାରଣରୁ ବାର, ପଵ ବନ୍ଦ ରହିବା ଯୋଗୁଁ ବିୟର ଓ ମଦ ବିକ୍ରି ଉପରେ ଯଦିଓ ପ୍ରଭାବ ପଡିଥିଲା କିନ୍ତୁ ଦ୍ଵିତୀୟ ଲକଡାଉନବେଳେ ମଦ ବିକ୍ରିରେ ବୃଦ୍ଧି ଘଟିଥିଲା | ସୂଚନା ମୁତାବକ ଗତବର୍ଷ ଭୋଡକା ଏବଂ ରମ ବିକ୍ରି ପ୍ରାୟ ୧୭.୫ ପ୍ରତିଶତ ବୃଦ୍ଧି ପାଇଥିଲା |