ଭୋପାଳ: ପ୍ରବାସୀ ଶ୍ରମିକମାନେ ନିଜ ଗୃହ ରାଜ୍ୟକୁ ଫେରିବା ପାଇଁ କୌଣସି ସାଧାନ ପାଉ ନ ଥବାରୁ ଶହଶହ କିିଲୋମିଟର ଚାଲିଚାଲି ଯିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶର ଜଣେ ମଦ ବ୍ୟବସାୟୀ ଚାରିଜଣ ଲୋକଙ୍କ ଯାତ୍ରା ପାଇଁ ବୁଧବାର ୧୮୦ଟି ସିଟ୍ ଥିବା ଏୟାରବସ୍ ଏ-୩୨୦ ବିମାନକୁ ବୁକ୍ କରିଥିଲେ। ଏହି ଚାରିଜଣ ଯାତ୍ରୀଙ୍କ ମଧ୍ୟରୁ ମଦ ବ୍ୟବସାୟୀଙ୍କ ଝିଅ, ଝିଅଙ୍କ ଦୁଇ ଶିଶୁ ଓ ଶିଶୁଙ୍କ ଯତ୍ନ ନେଉଥିବା ମହିଳା ଯାତ୍ରାରେ ସାମିଲ ଥିଲେ।
ମଦ ବ୍ୟବସାୟୀ ଜଗଦୀଶ ଅରୋରା ମଧ୍ୟପ୍ରଦେଶରେ ସୋମ ଡିଷ୍ଟିଲରିଜର ମାଲିକ ଅଟନ୍ତି। ତାଙ୍କୁ ଯେତେବେଳେ ଏହି ଘଟଣା ବିଷୟରେ ପଚରା ଯାଇଥିଲା ସେ ଏୟାରବସ୍କୁ ବୁକ୍ କରିଥିବା ଅସ୍ୱୀକାର କରି ଦେଇଥିଲେ। କିଛି ସମୟ ପରେ ବ୍ୟକ୍ତିଗତ ଜୀବନ ଉପରେ କାହିଁକି ପ୍ରଶ୍ନ କରୁଛନ୍ତି ବୋଲି କହିଥିଲେ?
ତେବେ ବିମାନକୁ ଦିଲ୍ଲୀରୁ ବୁକ୍ କରାଯାଇଥିଲା। ବିମାନଟି ସକାଳ ୯.୩୦ରୁ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରି ପାଖାପାଖି ୧୦.୩୦ରେ ଭୋପାଳରେ ପହଞ୍ଚିଥିଲା। ପୁଣି ଭୋପାଳରୁ ଚାରିଜଣ ଯାତ୍ରୀଙ୍କୁ ଧରି ପାଖାପାଖି ୧୧.୩୦ରେ ଦିଲ୍ଲୀରେ ଆସି ପହଞ୍ଚିଥିଲା।
/sambad/media/post_attachments/6962cc4a46efa48542f0676cf85c52ac1d7dc0da830508f56b5ca6da3612c93a.png) https://www.indiatoday.in/
https://www.indiatoday.in/ବିମାନବନ୍ଦର ନିର୍ଦ୍ଦେଶକଙ୍କ କହିବାନୁସାରେ, ଛଅ ଓ ଆଠଟି ସିଟ୍ ଥିବା ଚାର୍ଟର୍ଡ ବିମାନ ଭଳି ଅନ୍ୟ ବିକଳ୍ପ ବି ରହିଥିଲା। କିନ୍ତୁ ମଦ ବ୍ୟବସାୟୀ ଜଣକ ୧୮୦ଟି ସିଟ୍ ଥିବା ବିମାନକୁ ହିଁ ବାଛିଥିଲେ। ଯେଉଁମାନଙ୍କ ପାଖରେ ଟଙ୍କା ଅଛି ସେମାନେ ଅନ୍ୟ ଯାତ୍ରୀଙ୍କ ସହିତ ଯାତ୍ରା କରିବାକୁ ସହଜରେ ପସନ୍ଦ କରନ୍ତି ନାହିଁ।
ଅନୁମାନ କରାଯାଉଛି କି, ଉକ୍ତ ମଦ ବ୍ୟବସାୟୀ ଜଣକ ତାଙ୍କ ଝିଅ ସମେତ ଚାରିଜଣଙ୍କ ଯାତ୍ରା ପାଇଁ ବୁକ୍ କରିଥିବା ବିମାନ ପାଇଁ ତାଙ୍କୁ ୨୫ରୁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/Untitled-1-copy-30.jpg)
