ମୁମ୍ବାଇ: ପ୍ରଥମେ ମଦର ‘ହୋମ୍ ଡେଲିଭରି’ ପାଇଁ ନିଷ୍ପତ୍ତି ନେଇ ପରେ ଏହାକୁ ବନ୍ଦ ରଖିଥିବା ମହାରାଷ୍ଟ୍ରର ବିଜେପି ସରକାର ଏବେ ଭାରତ ତିଆରି ବିଦେଶୀ ମଦ (ଆଇଏମ୍ଏଫ୍ଏଲ୍)ର ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚଳିତ ୨୦୧୮- ୧୯ ଆର୍ଥିକ ବର୍ଷରେ ଅବକାରୀ ଟିକସ ବାବଦରେ ଧାର୍ଯ୍ୟ ହୋଇଥିବା ୧୫,୩୪୩ କୋଟିର ରାଜସ୍ୱକୁ ହାସଲ କରିବା ପାଇଁ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଉଥିବା ଜାଣିବାକୁ ମିଳିଛି। ମହାରାଷ୍ଟ୍ର ସରକାରଙ୍କର ଏହି ନୂତନ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ମହାରାଷ୍ଟ୍ରରେ ବିଭିନ୍ନ ବ୍ରାଣ୍ଡର ଭାରତ ତିଆରି ବିଦେଶୀ ମଦ (ଆଇଏମ୍ଏଫ୍ଏଲ୍)ର ଲିଟର ପ୍ରତି ମୂଲ୍ୟରେ ୨୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିବ।
ଅନ୍ୟପକ୍ଷରେ ରାଜ୍ୟ ଅବକାରୀ ମନ୍ତ୍ରୀ ଚନ୍ଦ୍ରଶେଖର ବାଓ୍ଵନକୁଲେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟର ଆର୍ଥିକ ସ୍ଥିତି ଏବେ ଅତ୍ୟନ୍ତ ଶୋଚନୀୟ ଅବସ୍ଥା ଦେଇ ଗତିକରୁଛି। ତେଣୁ, ଏଥିରୁ ମୁକ୍ତି ପାଇବାକୁ ହେଲେ ଏବେ ରାଜ୍ୟରେ ଭାରତ ତିଆରି ବିଦେଶୀ ମଦ (ଆଇଏମ୍ଏଫ୍ଏଲ୍)ର ମୂଲ୍ୟ ବୃଦ୍ଧି କରିବା ବ୍ୟତୀତ ରାଜ୍ୟ ସରକାରଙ୍କ ନିକଟରେ ଅନ୍ୟ କୌଣସି ପ୍ରକାରର ବିକଳ୍ପ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/liquor.jpg)