ରୋଗୀଙ୍କୁ ହସ୍ପିଟାଲ ନେବାକୁ ମିଳୁନି ଆମ୍ବୁଲାନ୍ସ; ହେଲେ ମଦର ଚୋରାଚାଲାଣ ଚାଲିଛି ଆମ୍ବୁଲାନ୍ସରେ

କୃଷ୍ଣା (ଆନ୍ଧ୍ରପ୍ରଦେଶ): ସଂପ୍ରତି ନୋଭେଲ କରୋନାଭାଇରସ୍‌ ବା କୋଭିଡ୍‌-୧୯ ମହାମାରୀ ସମଗ୍ର ଦେଶରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି। ଆନ୍ଧ୍ରପ୍ରଦେଶ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ରୋଗୀଙ୍କୁ ଡାକ୍ତରଖାନାକୁ ନେବାକୁ ଏବେ ଆମ୍ବୁଲାନ୍ସର ଅଭାବ ପରିଲକ୍ଷିତ ହେଉଛି। ଏପ୍ରକାର ପରିସ୍ଥିତିରେ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ ପୁଲିସ୍‌ ଆଜି ଏକ ଆମ୍ବୁଲାନ୍ସରେ ଚୋରା ମଦ ଚାଲାଣ ହେଉଥିବା ବେଳେ ଆମ୍ବୁଲାନ୍ସ ମଧ୍ୟରୁ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଦେଶୀ ମଦ ଜବତ କରିବା ସହ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିବା ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଏକ ଆମ୍ବୁଲାନ୍ସରେ ଚୋରା ବିଦେଶୀ ମଦ ଚାଲାଣ କରାଯାଉଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ଆନ୍ଧ୍ରପ୍ରଦେଶ ପୁଲିସ ଓ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ବ୍ୟୁରୋର ଅଧିକାରୀମାନେ ଆଜି ସକାଳେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିବା ପେଡ଼ାପୁରମ୍‌ ଚେକ୍‌ ପୋଷ୍ଟ ନିକଟରେ ସଂପୃକ୍ତ ଆମ୍ବୁଲାନ୍ସ ଉପରେ ଚଢ଼ାଉ କରିଥିଲେ।

ANI

ଏହି ଚଢ଼ାଉ କାଳରେ ସେମାନେ ଆମ୍ବୁଲାନ୍‌ସ ମଧ୍ୟରୁ ୧୦୭ଟି ମଦ ବୋତଲ ଜବତ କରିଥିଲେ। ପ୍ରତ୍ୟେକ ବୋତଲରେ ଏକ ଲିଟର ମଦ ରହିବା ସହ ପ୍ରତି ବୋତଲର ମୂଲ୍ୟ ୯୯୦ ଟଙ୍କା ଥିବା ଏବଂ ଜବତ ମଦର ମୋଟ ୧,୦୫,୯୩୦ ଥିବା କହିଛି ପୁଲିସ୍‌। ଚୋରା ମଦ ଚାଲାଣ ଅଭିଯୋଗରେ ପୁଲିସ୍‌ ୩ ଜଣଙ୍କୁ ମଧ୍ୟ ଗିରଫ କରିବା ସହ ଏ ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର