ରେକର୍ଡ: ୭୫୦ କୋଟି ନଗଦ ଜବତ ହେଲାଣି

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନକୁ ଅତ୍ୟନ୍ତ ସ୍ବଚ୍ଛ ଏବଂ ଅବାଧ ଢଙ୍ଗରେ ପରିଚାଳନା କରୁଛନ୍ତି ନିର୍ବାଚନ କମିସନ। ବର୍ତ୍ତମାନ ସୁଦ୍ଧା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଏଯାବତ୍‌ ନଗଦ ୭୫୦ କୋଟି ଟଙ୍କାରୁ ଅଧିକ ଜବତ ହୋଇଛି । ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ନଗଦ ଅର୍ଥ ରାଶି ଜବତ ହେବା ସମସ୍ତ ରେକର୍ଡ ଭାଙ୍ଗିଛି। ୨୦୧୪ ସାଧାରଣ ନିର୍ବାଚନରେ ପାଖାପାଖି ୩ ଶହ କୋଟି ଟଙ୍କା ଜବତ ହୋଇଥିଲା। ବର୍ତ୍ତମାନ ଆହୁରି ୪ ପର୍ଯ୍ୟାୟ ନିର୍ବାଚନ ବାକିଥିବା ବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଜବତ ହୋଇଥିବା ନଗଦ ଅର୍ଥରାଶିର ପରିମାଣ ୨୦୧୪ ଲୋକସଭା ନିର୍ବାଚନରେ ‌ଜବତ ହୋଇଥିବା ଅର୍ଥରାଶି ପରିମାଣଠାରୁ ୨ ଗୁଣା ଅଧିକ ରହିଛି। ସୂଚନାନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା ନିର୍ବାଚନ କମିସନ୍‌ଙ୍କ ଦ୍ବାରା ସାରା ଦେଶରୁ ୭୫୦.୧୧ କୋଟି ନଗଦ ଟଙ୍କା ଜବତ କାରଯାଇଛି। ସେହିଭଳି ୨୪୦.୪୮୮ ଲକ୍ଷ ଲିଟର ମଦ ଜବତ କରାଯାଇଛି। ନଗଦ ଅର୍ଥରାଶି, ମଦ, ସୁନା, ରୂପା, ମାଦକ ପ୍ରଦାର୍ଥ ଏବଂ ବହୁମୂଲ୍ୟ ବସ୍ତୁ ଆଦିକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଜବତ କରାଯାଇଥିବା ପରିମାଣ ହେଉଛି ୩୧୬୬.୨୫ କୋଟି ଟଙ୍କା ।

ସମ୍ବନ୍ଧିତ ଖବର