ପ୍ରଗତିଶୀଳ ମହିଳା ଚାଷୀ ତାଲିକାରେ ଓଡ଼ିଶାରୁ ୩

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣକାରୀ ମନ୍ତ୍ରାଳୟ ପକ୍ଷରୁ ନିକଟରେ ୫୧ ଜଣ ପ୍ରଗତିଶୀଳ ମହିଳା ଚାଷୀଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଓଡ଼ିଶାର ୩ ଜଣ ମହିଳା ଚାଷୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ, ଅନୁଗୁଳ ଜିଲ୍ଲାର ଶୁଭାଙ୍ଗିନୀ ଭୂଟିଆ, ଗଞ୍ଜାମ ଜିଲ୍ଲାର ଟୁମୁରି ସାହୁ ଓ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ରଶ୍ମିତା ସାହୁ। ଶୁଭାଙ୍ଗିନୀ ଭୂଟିଆ କଳାବିରି ଚାଷରେ ସଫଳତା ହାସଲ କରିଥିବାବେଳେ ଟୁମୁରି ସାହୁ ସୋରିଷ ଚାଷ ଓ ରଶ୍ମିତା ସାହୁ ଚିନାବାଦାମ ଚାଷରେ ବିଶେଷଭାବେ ସଫଳତା ପାଇଥିବା ତାଲିକାରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର