ଦେଶର ଟପ୍ ୧୦ ପୋଲିସ୍ ଷ୍ଟେସନ୍ ତାଲିକାରେ ଓଡ଼ିଶାର କୌଣସି ପୋଲିସ ଷ୍ଟେସନ୍ ସାମିଲ ନାହିଁ

ନୂଆଦିଲ୍ଲୀ : ଦେଶର ଟପ୍ ୧୦ଟି ପୋଲିସ୍ ଷ୍ଟେସନ୍ ତାଲିକାରେ ଓଡ଼ିଶାର କୌଣସି ପୋଲିସ ଷ୍ଟେସନ୍ ସ୍ଥାନ ପାଇନାହିଁ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ର ଦେଶର ଟପ୍ ୧୦ଟି ପୋଲିସ ଷ୍ଟେସନ୍ ତାଲିକାରେ ମଣିପୁର, ତାମିଲନାଡୁ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୋଆ, ସିକିମ୍, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ନଗର ହାବେଲୀର ଗୋଟିଏ ଗୋଟିଏ ଲେଖାଏଁ ପୋଲିସ ଷ୍ଟେସନକୁ ସାମିଲ କରାଯାଇଛି।

ଦେଶର ସମୁଦାୟ ୧୬,୬୭୧ ପୋଲିସ ଷ୍ଟେସନ୍‌ଙ୍କ ମଧ୍ୟରୁ ଡାଟା ଆନାଲିସିସ୍ ଡାଇରେକ୍ଟ ଅବ୍‌ଜରଭେସନ୍ ଓ ପବ୍ଲିକ୍ ଫିଡ୍‌ବେକ୍ ଅନ୍ତର୍ଗତ ଟପ୍‌ ୧୦ଟି ପୋଲିସ ଷ୍ଟେସନ ଗୁଡ଼ିକର ଚୟନ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୦ରେ ଓଡ଼ିଶାର କୌଣସି ପୋଲିସ ଷ୍ଟେସନ୍ ଟପ୍ ୧୦ରେ ସ୍ଥାନ ପାଇନଥିବା ବେଳେ ୨୦୧୮ରେ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ତରଭା ପୋଲିସ ଷ୍ଟେସନ ଦେଶର ଟପ୍ ୧୦ ପୋଲିସ ଷ୍ଟେସନରେ ସ୍ଥାନ ପାଇଥିଲା

ସମ୍ବନ୍ଧିତ ଖବର