ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକମାନଙ୍କ ମଧ୍ୟରୁ ଗୋଆର ୭ ଜଣ

ପାନାଜି(ଗୋଆ) : ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ଭିତରୁ ଗୋଆରେ ରହିଥିବା ଅନୁଷ୍ଠାନମାନଙ୍କରୁ ୭ ଜଣ ରହିଛନ୍ତି ବୋଲି ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ସେମାନଙ୍କ ଭିତରୁ ଗୋଆ ଆଇଆଇଟିର ୩ ଜଣ ପ୍ରଫେସର ରହିଥିବା ବେଳେ ଜାତୀୟ ସାମୁଦ୍ରିକ ଜ୍ଞାନ ପ୍ରତିଷ୍ଠାନ(ଏନ୍‌ଆଇଓ)ର ୩ ଜଣ ଗବେଷକ ରହିଛନ୍ତି। ସେହିପରି ୨୦୧୫-୧୬ ଶିକ୍ଷା ବର୍ଷ ଯାଏ ଗୋଆ ବିଦ୍ୟାଳୟ ସହ ଜଣେ ଅତିଥି ପ୍ରାଧ୍ୟାପକ ଭାବେ ଜଡ଼ିତ ଥିବା ମାଧବ ଗାଡ଼ଗିଲ୍‌ ମଧ୍ୟ ଏହି ତାଲିକାରେ ରହିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ରହିଥିବା ଜଣାଯାଇଛି। ଗୋଆ ଆଇଆଇଟିର ଅଧ୍ୟକ୍ଷ ଓଡ଼ିଶାରେ ଜନ୍ମିତ ବି କେ ମିଶ୍ର ଏହି ବିଶ୍ବ ତାଲିକାର ଏକାଦଶ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର