ଜମ୍ମୁ : ଜମ୍ମୁରେ ମିଳିଥିବା ଲିଥିୟମ ବେଶ ଉଚ୍ଚ ଗୁଣମାନର ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ ଲିଥିୟମ ଉତ୍ପାଦନ କ୍ଷେତ୍ରରେ ଭାରତ ଚୀନକୁ ପଛରେ ପକାଇଦେବ ।

Advertisment

ଜମ୍ମୁ-କଶ୍ମୀରର ଖଣି ସଚିବ ଅମିତ ଶର୍ମା କହିଛନ୍ତି, ଲିଥିୟମ୍ ଦୁର୍ଲଭ ସମ୍ବଳ ଶ୍ରେଣୀରେ ଆସୁଛି ଏବଂ ପୂର୍ବରୁ ଏହା ଭାରତରେ ଉପଲବ୍ଧ ନଥିଲା, ଏହି କାରଣରୁ ଆମେ ଏହାର ଆମଦାନୀ ଉପରେ ଶତ ପ୍ରତିଶତ ନିର୍ଭରଶୀଳ ଥିଲୁ । ଜିଏସଆଇ ଦ୍ୱାରା କରାଯାଇଥିବା ଜି-୩ (ଆଡଭାନ୍ସଡ୍) ଅଧ୍ୟୟନରୁ ଜଣାପଡିଛି ଯେ ମାତା ବୈଷ୍ଣୋ ଦେବୀ ମନ୍ଦିରପାଦଦେଶରେ ଅବସ୍ଥିତ ସାଲାଲ ଗ୍ରାମ (ରିୟାସି ଜିଲ୍ଲା)ରେ ଥିବା ଲିଥିୟମ ଭଣ୍ଡାର ଉଚ୍ଚ ମାନର ।

ଶର୍ମା କହିଛନ୍ତି ଯେ ସାଧାରଣ ବର୍ଗରେ ଲିଥିୟମର ଗ୍ରେଡ୍ ୨୨୦ ପାର୍ଟସ୍ ପର ମିଲିୟନ (ପିପିଏମ୍) ଥିବା ବେଳେ ଜମ୍ମୁ-କଶ୍ମୀରରେ ଥିବା ଭଣ୍ଡାରର ଲିଥିୟମ୍ ୫୫୦ ପିପିଏମ୍ ଗ୍ରେଡ୍ରୁ ଅଧିକ। ଏଣୁ ଏହାର ଗୁଣମାନ କେତେ ଉଚ୍ଚସ୍ତରର ତାହା ସହଜେ ଅନୁମେୟ । ଏଥିସହିତ ସେ କହିଛନ୍ତି ଯେ ଏହି ଭଣ୍ଡାର ପ୍ରାୟ ୫୯ ଲକ୍ଷ ଟନ୍, ଯାହା ଲିଥିୟମ୍ ଉପଲବ୍ଧତା ଦୃଷ୍ଟିରୁ ଚୀନ୍କୁ ପଛରେ ପକାଇବ ।

ଲିଥିୟମକୁ ବ୍ୟାଟେରୀ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଇଲେକ୍ଟ୍ରୋନିକ ଉପକରଣ ନିର୍ମାଣରେ ବ୍ୟବହାର କରାଯାଏ ।