ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-୩’ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋ ମୁଖ୍ୟ ଏସ୍. ସୋମନାଥ କେରଳର ମା’ ଭଦ୍ରକାଳୀ ମନ୍ଦିର ଦର୍ଶନ କରିଥିଲେ। ଏଥିସହିତ ଭାରତର ମୁନ୍ ମିସନ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରପୃଷ୍ଠରେ ପହଞ୍ଚି ଇତିହାସ ସୃଷ୍ଟି କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। କେବଳ ଏତିକି ନୁହେଁ ସେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ମିସନରେ ସମ୍ପୃକ୍ତ ଥିବା ସମସ୍ତ ବୈଜ୍ଞାନିକମାନଙ୍କୁ ପ୍ରଂଶସା କରିଥିଲେ।
ISRO Chief Sri Somanath today had a surprise visitor,A young neighbour boy has handed over own made Vikram Lander model to the ISRO chief on behalf of all the neighbours. pic.twitter.com/BcyHYO0pDW
— Dr. P V Venkitakrishnan (@DrPVVenkitakri1) September 2, 2023
ଏହି କ୍ରମରେ ଜଣେ କୁନି ବାଳକ ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ ଭେଟି ନିଜ ତରଫରୁ ଏକ ଉପହାର ପ୍ରଦାନ କରିଛି। କୁନି ବାଳକ ଜଣକ ବିକ୍ରମ ଲ୍ୟାଣ୍ଡରର ମଡେଲ ତିଆରି କରିଥିଲା। ଆଉ ଖୁସିରେ ଇସ୍ରୋ ମୁଖ୍ୟଙ୍କ ପାଖକୁ ଧାଇଁ ଯାଇ ନିଜ ହାତରେ ତିଆରି କରିଥିବା ଏହି ସ୍ବତନ୍ତ୍ର ଉପହାରକୁ ସେ ଏସ୍. ସୋମନାଥଙ୍କୁ ପ୍ରଦାନ କରିଥିଲା। ଆଉ ଇସ୍ରୋ ମୁଖ୍ୟ ବି କୁନିବାଳକଙ୍କ ଏଭଳି ବିଜ୍ଞାନପ୍ରତି ରୁଚି ଥିବା ଦେଖି ଖୁସି ହୋଇଯାଇଥିଲେ।
ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟ୍ରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା। ଯେମିତି ହିଁ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁଥିଲା, ସେତେବେଳେ ସାରା ଦେଶ ଖୁସିରେ ଝୁମି ଉଠିଥିଲା। ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଯେଉଁ ଦକ୍ଷିଣ ମେରୁରେ ଓହ୍ଲାଯାଇଛି, ସେଠି ଆଜି ପର୍ଯ୍ୟନ୍ତ କୌଣସି ବି ଦେଶର ସ୍ପେସ୍କ୍ରାଫ୍ଟ ପହଞ୍ଚିପାରି ନାହିଁ।