ଲିଭ୍‌-ଇନ୍‌ରେ ରହିବାର ଅର୍ଥ ନୁହେଁ ମହିଳାଙ୍କର ଶାରୀରିକ ସମ୍ପର୍କ ପ୍ରତି ସହମିତି ରହିଛି ବୋଲି ବୁଝିବା: ମଧ୍ୟପ୍ରଦେଶ ହାଇକୋର୍ଟ

ଭୋପାଲ: ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଆଦେଶରେ କହିଛନ୍ତି କି, ଯଦି କୌଣସି ମହିଳା ଲିଭ୍‌-ଇନ୍‌ରେ ରହୁଛନ୍ତି ତା’ର ଅର୍ଥ ନୁହେଁ ଯେ ସେ ଶାରୀରିକ ସମ୍ବନ୍ଧ ପାଇଁ ସହମତି ରଖିଛନ୍ତି। ଯଦି କୌଣସି ବ୍ୟକ୍ତି ମହିଳା ସହିତ ଶାରୀରିକ ସମ୍ବନ୍ଧ ରଖନ୍ତି, ତା’ପରେ ସେ ଯଦି ସେହି ମହିଳାଙ୍କ ସହିତ ବିବାହ କରିବାକୁ ମନା କରନ୍ତି ତେବେ ଉକ୍ତ ବ୍ୟକ୍ତି ଉପରେ ଦୁଷ୍କର୍ମ ମାମଲା ରୁଜୁ କରା ଯାଇପାରିବ।

ବିଚାରପତି ସୁନୀଲ କୁମାର ପାଲୋ ତାଙ୍କ ଟିପ୍ପଣୀରେ କହିଛନ୍ତି, ଧୋକାରେ ଦେଇଥିବା ସହମତିକୁ ପୂର୍ଣ୍ଣ ସହମତି ବୋଲି ଧରାଯିବ ନାହିଁ ଓ ଏହାକୁ ଦୁଷ୍କର୍ମ ମାମଲା ଭାବେ ଧରାଯିବ। ଏହି ଟିପ୍ପଣୀ ସେ ଜଣେ ବ୍ୟକ୍ତିଙ୍କ ଯାଚିକ ଉପରେ ଦେଇଛନ୍ତି।

ପୀଡିତା ମହିଳା କୋର୍ଟରେ କହିଥିଲେ କି ଯୁବକ ଓ ସେ ୨୦୧୬ରେ ଏକ କୋଚିଂ ସେଣ୍ଟରେ ପାଠପଢ଼ୁଥିବା ସମୟରେ ଭେଟାଭେଟି ହୋଇଥିଲେ। ଏହାପରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଥିଲେ। ତାଙ୍କ ମାତା-ପିତା ଦୁହିଁଙ୍କ ନିର୍ବନ୍ଧ କରାଇ ଦେଇଥିଲେ। ନିର୍ବନ୍ଧ ପରେ ଦୁହେଁ ଲିଭ୍‌-ଇନ୍‌ରେ ରହିବାକୁ ଲାଗିଥିଲେ। ଏହାପରେ ଯୁବକ ପରୀକ୍ଷାରେ ପାସ୍‌ କରିଥିବା ବେଳେ ଯୁବତୀଙ୍କ ଚୟନ ହୋଇ ନଥିଲା। ଆକସ୍ମିକ ଭାବେ ଯୁବକ ମାତା-ପିତା ଯୌତୁକ ବାବଦକୁ ୧୦ଲକ୍ଷ ଟଙ୍କା ଦାବି କରିଥିଲେ। ମହିଳାଙ୍କ ମାତା-ପିତା ଏହି ଯୌତୁକ ଦେଇ ପାରିବେ ନାହିଁ ବୋଲି ମନା କରିବାରୁ ଯୁବକ ବିବାହ କରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏହାପରେ ଯୁବତୀ ତାର ଭାବି ସ୍ୱାମୀ ଓ ତାର ମାତା-ପିତାଙ୍କ ବିରୋଧରେ ପୁଲିସରେ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର