ଲାଇଭ୍‌ ଆତ୍ମହତ୍ୟା

ଆଗ୍ରା: ଆଗ୍ରାର ଜଣେ ୨୪ ବର୍ଷୀୟ ଯୁବକ  ସେନାରେ ଚାକିରି ନପାଇବାରୁ ଆଜି ଆତ୍ମହତ୍ୟା କରିଦେଇଛନ୍ତି। ୫ ଥର ଚେଷ୍ଟା କରିବା ସତ୍ତ୍ୱେ ଆଗ୍ରାର ଶାନ୍ତି ନଗର ବାସିନ୍ଦା ମୁନ୍ନା କୁମାର ଆର୍ମିରେ ଚାକିରି ନପାଇ ବିଷାଦରେ ଥିଲେ। ଶେଷରେ ଆତ୍ମହତ୍ୟାର ବାଟ ବାଛିନେଲେ। ଆଜି ସେ ନିଜ ଫାଶୀର ଭିଡିଓ ଫେସବୁକ୍‌ରେ ଲାଇଭ୍‌ କରିଥିଲେ।  ଭିଡିଓଟିକୁ ୨୭୫୦ ଜଣ ଦେଖିଥିଲେ ମଧ୍ୟ କେହି ପୁଲିସ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ  ଜଣାଇନଥିଲେ।  ମୁନ୍ନା  ଏକ ୬ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ରେ  ଆତ୍ମହତ୍ୟା ପାଇଁ ନିଜକୁ ହିଁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର