ଋଷି ସୁନକଙ୍କ ଅନୁଗତମାନଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କଲେ ଲିଜ ଟ୍ରସ୍

ଲଣ୍ଡନ : ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଲିଜ୍ ଟ୍ରସ୍ ନିଜର ଅନୁଗତମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତ କରୁଛନ୍ତି । ଏହା ସହିତ ସେ ନିଜର ପ୍ରତିଦ୍ବନ୍ଦୀ ଋଷି ସୁନକଙ୍କ ସମର୍ଥକମାନଙ୍କୁ ସରକାରରୁ ବିଦା କରୁଛନ୍ତି ।

ବ୍ରିଟେନର ଇତିହାସରେ ପ୍ରଥମ ଥର ପାଇଁ ୪ଟି ସର୍ବୋଚ୍ଚ ତଥା ଗୁରୁତ୍ବପୂର୍ଣ୍ଣ ପଦବୀରେ କୌଣସି ଶ୍ବେତାଙ୍ଗ ବ୍ରିଟିଶ ପୁରୁଷ ନାହାନ୍ତି । ସେଗୁଡ଼ିକ ହେଉଛି ପ୍ରଧାନମନ୍ତ୍ରୀ ପଦ, ଅର୍ଥମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଓ ଗୃହମନ୍ତ୍ରୀ ।

ଅର୍ଥମନ୍ତ୍ରୀ ପଦରେ କ୍ବାସି କାର୍ଟେଙ୍ଗ୍, ବିଦେଶ ମନ୍ତ୍ରୀ ପଦରେ ଜେମ୍ସ କ୍ଲେଭରଲିଙ୍କୁ ଅବସ୍ଥାପିତ କରାଯାଇଛି । ଉଭୟ ହେଉଛନ୍ତି କୃଷ୍ଣକାୟ । ସେହିପରି ସୁଏଲା ବ୍ରାଭରମାନଙ୍କୁ ଗୃହମନ୍ତ୍ରୀ ନିଯୁକ୍ତ କରାଯାଇଛି ।

ଅନ୍ୟପକ୍ଷରେ ସେ ଭାରତୀୟ ବଂଶୋଦ୍ଭବ ତଥା ପ୍ରମୁଖ ପ୍ରତିଦ୍ବନ୍ଦୀ ଋଷି ସୁନକଙ୍କ ଅନୁଗତମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବୀରୁ ବିଦା କରୁଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଡୋମିନିକ ରାବ, ଷ୍ଟିଭ ବାର୍କଲେ, ଗ୍ରାଣ୍ଟ ସାପସ ଓ ଶୈଲେସ ଭାରା । ସେହିପରି ପୂର୍ବ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅନୁଗତମାନଙ୍କୁ ବି ସେ ବିଦା କରିଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରତି ପଟେଲ ।

ମଙ୍ଗଳବାରଦିନ ଲିଜ୍ ଟ୍ରସଙ୍କୁ ବ୍ରିଟେନରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥିଲେ ରାଣୀ ଏଲିଜାବେଥ ୨ୟ । ଗତ ସୋମବାରଦିନ ସେ କଂଜରଭେଟିଭ ଦଳର ନେତ୍ରୀ ଚୟନ ହେବା ପରେ ମଙ୍ଗଳବାରଦିନ ସେ ବାଲମୋରାଲ କାସଲ ଯାଇ ରାଣୀଙ୍କୁ ସାକ୍ଷାତ କରିଥିଲେ । ରାଣୀ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ସହ ନିଜର ମନ୍ତ୍ରିମଣ୍ଡଳ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର