ଲଣ୍ଡନ୍: ଦେଶବ୍ୟାପୀ କଷ୍ଟସାଧ୍ୟ ଗସ୍ତ, ଅନେକ ସାଧାରଣ ସଭା ଏବଂ ଟେଲିଭିଜନ୍ରେ ପ୍ରସାରିତ ୩ଟି ବିତର୍କ ପରେ ଲିଜ୍ ଟ୍ରସ୍ ବ୍ରିଟେନ୍ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି ବୋଲି ଶୁକ୍ରବାର ଦିନ ‘କଞ୍ଜର୍ଭେଟିଭ୍ ପାର୍ଟି’ ସଦସ୍ୟଙ୍କ ମତଦାନ ଶେଷ ହେବା ପରେ ଜଣାପଡୁଛି।
ଗ୍ରୀଷ୍ମଋତୁ ସାରା ବୈଦେଶିକ ସଚିବ ଲିଜ୍ ଟ୍ରସ୍ ପୂର୍ବତନ ଚାନ୍ସେଲର୍ ଋଷି ସୁନକଙ୍କ ବିପକ୍ଷରେ ଚଳାଇଥିବା ନିର୍ବାଚନ ପ୍ରଚାର ଅଭିଯାନର ଫଳାଫଳ ସେମାବାର ଦିନ ପ୍ରକାଶ ପାଇବ। ତା’ପର ଦିନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କୁ ଔପଚାରିକ ଭାବେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିବେ।
Image Courtesy of Mintଅଗଷ୍ଟ ମାସ ପ୍ରାରମ୍ଭରେ ଆକଳନକ କରାଯାଇଥିବା ୨୦୦,୦୦୦ କଞ୍ଜର୍ଭେଟିଭ୍ ପାର୍ଟିର ସଦସ୍ୟମାନଙ୍କର ପୋଷ୍ଟାଲ୍ ଏବଂ ଅନ୍ଲାଇନ୍ ଭୋଟ୍ସଂଖ୍ୟା ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା। ଏହି ମତଦାନରେ ଟ୍ରସ୍ ସୁନକ୍ଙ୍କ ଅପେକ୍ଷା ବିପୁଳ ସଂଖ୍ୟାରେ ସମର୍ଥନ ପାଇଥିବା କୁହାଯାଉଛି।
ଟିକସ କାଟ କରିବେ ବୋଲି ଟ୍ରସ୍ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦରିଦ୍ରତମ ବ୍ୟକ୍ତିଙ୍କ ପାଇଁ ତାଦ୍ବାରା କିଛି ଉପକାର ହେବନାହିଁ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/LR.jpg)