ଲୋକ ଜନଶକ୍ତି ପାର୍ଟିର ବିଭାଜନ ପାଇଁ ଜେଡିୟୁ ଷଡ଼ଯନ୍ତ୍ର କରୁଛି : ଚିରାଗ

ନୂଆଦିଲ୍ଲୀ : ଲୋକ ଜନଶକ୍ତିପାର୍ଟିରେ ବିବାଦ ଆହୁରି ତୀବ୍ର ହୋଇଛି । ଆଜି ପାଟଣାଠାରେ ଚିରାଗ ପାସଓ୍ବାନଙ୍କ ସମର୍ଥକମାନେ ବିଦ୍ରୋହୀ ନେତା ପଶୁପତି ପାରସଙ୍କ ବାସଭବନ ଆଗରେ କଳାପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ତେବେ ଦଳର ଏହି ସଂକଟ ପାଇଁ ଚିରାଗ ପାସଓ୍ବାନ ଆଜି ଜନତା ଦଳ ୟୁନାଇଟେଡକୁ ଦାୟୀ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ତାଙ୍କ ଦଳରେ ବିଭାଜନ ପାଇଁ ଜେଡିୟୁ ଷଡ଼ୟନ୍ତ୍ର କରୁଛି । ଏପରିକି ତାଙ୍କ ପିତା ରାମ ବିଳାଶ ପାସଓ୍ବାନ ଜୀବିତ ଥିବାବେଳେ ବି ତାଙ୍କ ଦଳରେ ବିଭାଜନ ପାଇଁ ଜେଡିୟୁ ଉଦ୍ୟମ କରୁଥିଲା ।
ସେ ମଧ୍ୟ ପଶୁପତି ପାରସ ନେଇଥିବା ନିଷ୍ପତ୍ତିକୁ ବେଆଇନ ବୋଲି କହିଛନ୍ତି । ଦଳର ସମ୍ବିଧାନରେ ପଶୁପତିଙ୍କୁ ଏପରି କୌଣସି କ୍ଷମତା ଦିଆଯାଇ ନାହିଁ ବୋଲି ସେ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଅସୁସ୍ଥ ଥିବାବେଳେ ପଶୁପତି ତାଙ୍କ ସହ ବିଶ୍ବାସଘାତକତା କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ନିଜକୁ ବାଘ ଛୁଆ ବୋଲି କହି ଚିରାଗ କହିଛନ୍ତି ଯେ ସେ ଦଳକୁ ବଞ୍ଚାଇ ରଖିବାକୁ ଲଢେଇ କରିଚାଲିବେ ।

 

ସମ୍ବନ୍ଧିତ ଖବର