ସମସ୍ତିପୁର: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଗରମ ରହିଛି।।ବିହାରରେ ବିଜେପି, ଜେଡିୟୁ ଏବଂ ଛୋଟ ଦଳଗୁଡ଼ିକ ଦ୍ୱାରା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।
ବିଜେପି ଏବଂ ଜେଡିୟୁ ପରେ ଏନଡିଏର ସହଯୋଗୀ ଚିରାଗ ପାସୱାନଙ୍କ ଏଲଜେପି (ଆର) ମଧ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଚିରାଗ ପାସୱାନଙ୍କ ଦଳ ବୁଧବାର (ଅକ୍ଟୋବର ୧୫) ୧୪ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହା ଏଲଜେପିର ପ୍ରଥମ ପ୍ରାର୍ଥୀ ତାଲିକା । ଏହି ଘୋଷଣା ପରେ ଯେଉଁ ନେତାମାନଙ୍କ ନାମ ତାଲିକାରେ ରହିନାହିଁ ସେମାନେ ନିରାଶ ହୋଇଯାଇଛନ୍ତି। ନେତାମାନେ ନିରାଶ ହେବା ସମୟର ଏକ ଭିଡିଓ ଭାଇରାଲ ହୋଇଛି।
ଯେଉଁଥିରେ ଏଲଜେପି(ଆର) ନେତା ଅଭୟ ସିଂହ ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ଛୋଟ ଛୁଆଙ୍କ ଭଳି କାନ୍ଦୁଥିବାର ଭିଡିଓରେ ଦେଖିବାକୁ ମିଳୁଛି। ଫେସବୁକ ଲାଇଭ ମାଧ୍ୟମରେ ଅଭୟ ସିଂହ ତାଙ୍କ ସମର୍ଥକଙ୍କ ସହ କଥା ହୋଇ କହିଛନ୍ତି ‘କେହି ଜଣେ ମୋ’ଠାରୁ ଅଧିକ ଦେୟ ଦେଇଥିଲେ, ତେଣୁ ସେ ଟିକେଟ ପାଇଲେ। ଏବେ ମୁଁ ରାଜନୀତିରୁ ଅବସର ନେଉଛି। ମୋତେ କ୍ଷମା କରିଦେବ।’
टिकट न मिलने पर फूट-फूट कर रोए LJP(R) नेता अभय सिंह, मोरवा सीट JDU को जाने पर बोले– 'पैसे वालों को मिला टिकट, अब राजनीति से संन्यास'#BiharElection2025pic.twitter.com/BgbLmzTVr9
— NDTV India (@ndtvindia) October 16, 2025
ଭିଡିଓ ଭାଇରାଲ ହେବା ମାତ୍ରେ, ଏହି ପ୍ରସଙ୍ଗ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି।
ଅଭୟ କୁମାର ସିଂହ ୨୦୨୦ ବିଧାନସଭା ନିର୍ବାଚନରେ ମୋରୱା ଆସନରୁ ଏଲଜେପି(ଆର) ପ୍ରାର୍ଥୀ ଥିଲେ ଏବଂ ଏଥର ମଧ୍ୟ ସେହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। କିନ୍ତୁ, ଏଥର ଆସନ ବଣ୍ଟନ ରାଜନୀତି ତାଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଥିଲା।
ଏନଡିଏ ମେଣ୍ଟ ଅଧୀନରେ, ଚିରାଗ ପାସୱାନଙ୍କ ଦଳକୁ ମୋରୱା ଏବଂ ରୋସେରା ସମେତ ୨୯ ଆସନ ଦିଆଯାଇଥିଲା।କିନ୍ତୁ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅସନ୍ତୋଷ ଯୋଗୁ ଏହି ଆସନ ଜେଡିୟୁକୁ ଚାଲିଗଲା ଏବଂ ପୂର୍ବତନ ବିଧାୟକ ବିଦ୍ୟାସାଗର ନିଶାଦଙ୍କୁ ଟିକେଟ ମିଳିଥିଲା।