ଲାଲକୃଷ୍ଣ ଆଡଭାନୀ ନେଲେ କରୋନା ଟିକାର ପ୍ରଥମ ଡୋଜ

ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ମଙ୍ଗଳବାର କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି। ଆଡଭାନୀ ଏହି ଟିକା ନୂଆଦିଲ୍ଲୀ ଏମ୍ସରେ ନେଇଛନ୍ତି। ଏହି ସମୟରେ ଆଡଭାନୀ କରୋନା ନିୟମକୁ ବିଶେଷ ଭାବେ ଧ୍ୟାନରେ ରଖିଥିଲେ। ସେ ମାସ୍କ ବି ପିନ୍ଧିଥିବା ନଜରକୁ ଆସିଥିଲେ।

କରୋନା ଟିକାର ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚାରୁ ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ୬୦ରୁ ଅଧିକ ବର୍ଷର ଲୋକଙ୍କୁ ଏହି ଟିକା ଦିଆଯାଉଛି। ସେହିପରି ଗମ୍ଭୀର ରୋଗର ଶିକାର ହୋଇଥିବା ୪୫ବର୍ଷରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯିବାର ବ୍ୟବସ୍ଥା ରହିଛି।

ଏହାପରେ ଧୀରେଧୀରେ ସମସ୍ତ  ନେତାଙ୍କୁ ଟିକା ଦିଆଯାଉଛି। ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଠାରୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ଟିକା ନେଇଛନ୍ତି। ଏଥିସହିତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଟିକା ନେଇଛନ୍ତି। ଏତଦ ବ୍ୟତୀତ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ବି ଟିକାର ପ୍ରଥମ ଡୋଜ ନେଇଛନ୍ତି।

ତେବେ ଦେଶରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ନେଇ ଅବହେଳା କରୁଥିବା ଲୋକମାନଙ୍କ ପାଇଁ ଏହି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତର ନୂଆ ମାମଲା ୧୫,୩୮୮ ରହିଥିବା ବେଳେ ୭୭ଜଣଙ୍କ ଏହି କରୋନା ସଂକ୍ରମିତ ହେତୁ ମୃତ୍ୟୁ ହୋଇଛି। ଏହାକୁ ମିଶାଇଲେ କରୋନାଜନିତ ମୃତ୍ୟୁ ସଂଖ୍ୟା ଏଯାବତ ୧ଲକ୍ଷ ୫୭ହଜାର ୯୩୦ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର