ଋଣ ଲକ୍ଷେ କୋଟି ଡେଇଁବ

ଭୁବନେଶ୍ବର : ୨୦୧୯-୨୦ପାଇଁ ପ୍ରସ୍ତାବିତ ବଜେଟରେ ବଢାଚଢା ଖର୍ଚ୍ଚକୁ ଭରଣା କରିବା ଲାଗି ସରକାର ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୨୦ ହଜାର ୮୦୦କୋଟି ଟଙ୍କାର ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର େଦଇ ଆଜି ଅର୍ଥ ସଚିବ ଅେଶାକ କାଳୁରାମ ମୀନା କହିଛନ୍ତି, ଖୋଲା ବଜାରରୁ ପ୍ରାୟ ୧୪ହଜାର ୬୫୦ କୋଟି ଟଙ୍କା ଋଣ ଉଠାଇବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୮-୧୯ ବର୍ଷର ଡିେସମ୍ବର ସୁଦ୍ଧା ୪୫୦୦ େକାଟି ଟଙ୍କା େଖାଲାବଜାରରୁ ଉଠାଯାଇଛି। ଆସନ୍ତା ମାର୍ଚ ସୁଦ୍ଧା ରାଜ୍ୟର େମାଟ ଋଣ ପରିମାଣ ୮୭ ହଜାର ୬୫୦ େକାଟିକୁ ଛୁଇଁବ। ଏହା ସାମଗ୍ରିକ ଘରୋଇ ଉତ୍ପାଦର ୧୮%। ଅର୍ଥ ସଚିବ କହିଥିଲେ, ୨୦୧୮-୧୯ରେ ଜିଏସଡିପି ୪ଲକ୍ଷ ୮୬ ହଜାର ୪ େକାଟି ଟଙ୍କା ଛୁଇଁବ। ୨୦୧୯-୨୦ରେ ଏହା ୫ଲକ୍ଷ ୪୦ ହଜାର ୮୧୨ େକାଟି ଟଙ୍କା େହବ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା େହଉଛି, ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଋଣ ସଂପର୍କରେ େଯଉଁ ତଥ୍ୟ ରଖିଛନ୍ତି, ତାହାକୁ ବିଚାରକୁ ନେଲେ, ରାଜ୍ୟର େମାଟ ଋଣ ପରିମାଣ ଆସନ୍ତା ଆର୍ଥିକବର୍ଷ େଶଷ ସୁଦ୍ଧା ଅର୍ଥାତ୍ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୧ଲକ୍ଷ ୩ ହଜାର ୮୪୩ େକାଟି ଛୁଇଁଯିବ। ତେବେ ଅର୍ଥ ସଚିବ ଯୁକ୍ତି ରଖିଛନ୍ତି, ଆର୍ଥିକ ଉତ୍ତରଦାୟୀ ଓ ବିତ୍ତୀୟ ପରିଚାଳନା ଆଇନ ଅନୁସାରେ ବକେୟା ଋଣ ଓ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ଅନୁପାତ ୨୫%ରୁ କମ୍‌ ହେବା ଆବଶ୍ୟକ। ଏଣୁ ୧ଲକ୍ଷ େକାଟି ଡେଇଁଲେ ବି େମାଟ ଋଣ ପରିମାଣ ୨୦୧୯-୨୦ବର୍ଷ ଶେଷ ସୁଦ୍ଧା ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ୧୯.୨% େହବ।

ସମ୍ବନ୍ଧିତ ଖବର