ମୋଦି ସରକାରଙ୍କ ନୂଆ ଯୋଜନା: ମାତ୍ର ୫୯ ମିନିଟରେ ମଞ୍ଜୁର ହେବ ଶିଳ୍ପଦ୍ୟୋଗୀଙ୍କୁ ୧ କୋଟି ଟଙ୍କା ଋଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ ଆକର୍ଷଣୀୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ମାତ୍ର ୫୯ ମିନିଟ୍‌ରେ ଜଣେ ଶିଳ୍ପଦ୍ୟୋଗୀ ସରକାରୀ ସୂତ୍ରରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। କେନ୍ଦ୍ର ସରକାରଙ୍କର ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ଲାଗି ସହାୟତା ଯୋଗାଇବା କାର୍ଯ୍ୟକ୍ରମ ଅଧିନରେ ଏହି ଯୋଜନାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଛନ୍ତି,‘ମୁଁ ଏହି ୫୯ ମିନିଟ୍‌ରେ ଋଣ ମଞ୍ଜୁରୀ ପୋର୍ଟାଲକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସ୍ଥାପନ କରିଥିବା ଶିଳ୍ପପତିଙ୍କୁ ସମର୍ପିତ କରୁଛି। ଯେତେବେଳେ ବିଭିନ୍ନ ବାଧାକୁ ଅତିକ୍ରମ କରି ମିଳିତ ଭାବେ କୌଣସି କାର୍ଯ୍ୟ ଆରମ୍ଭ କରାଯାଏ,ମିଳିତ ଭାବେ କୌଣସି ବଡ଼ ନିଷ୍ପତ୍ତି ନିଆଯାଏ,ତାହାର ଫଳାଫଳ ଓ ପ୍ରଭାବ ମଧ୍ୟ ବଡ଼ ହୋଇଥାଏ।’

The Hindu Business Line

ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀର ଶିଳ୍ପର ବିକାଶକୁ କେନ୍ଦ୍ର ସରକାର ଖୁବ୍‌ ଗୁରୁତ୍ୱ ନେଉଛନ୍ତି। ତେଣୁ ଏହି ୫୯ମିନିଟ୍‌ରେ ଋଣ ମଞ୍ଜୁର କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆରମ୍ଭ କରାଯାଇଛି। ଏହି ଯୋଜନା ୧୦୦ଦିନ ଧରି ଚାଲିବ ଓ ଏହା ଦ୍ୱାରା ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ମିଳି ପାରିବ ବୋଲି ସୂଚନା ମିଳିଛି। ଶିଳ୍ପପତିମାନେ ଏହାର ଲାଭ ଉଠାଇବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ କରିଛନ୍ତି।

ସମ୍ବନ୍ଧିତ ଖବର