ନୂଆଦିଲ୍ଲୀ: ସୀମାରେ ଲାଗି ରହିଥିବା ଅଶାନ୍ତ ପରିସ୍ଥିତି ହେତୁ ଅକାରଣଷଣ ସାଧାରଣ ଜନତା ବଳି ପଡ଼ିଯାଉଛନ୍ତି। ସୀମାବର୍ତ୍ତୀ ଗ୍ରାମଗୁଡ଼ିକର ଲୋକମାନେ ଆଦୌ ସୁରକ୍ଷିତ ନଥିବାରୁ ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇଦେବା ଲାଗି ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମା ନିକଟରେ ଭାରତ ୧୪୦୦୦ରୁ ଊର୍ଦ୍ଧ୍ୱ ବଙ୍କର ନିର୍ମାଣ କରିବ। ଏହା ସହିତ ଅତି ସ୍ପର୍ଶକାତର ଅଂଚଳରେ ପରିବାରଗୁଡ଼ିକ ଲାଗି ୧୨୦୦ଟି ବଙ୍କର ଏବଂ ୧୨୦ଟି କମ୍ୟୁନିଟି ବଙ୍କର ନିର୍ମାଣ ହେବ। କେବଳ ପୁଞ୍ଚ୍ ଏବଂ ରାଜୌରି ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ୭୨୯୮ଟି ବଙ୍କର ନିର୍ମାଣ ହେବାକୁ ଥିବାବେଳେ ଜମ୍ମୁ, କାଠୁଆ ଏବଂ ସାମ୍ବା ଜିଲ୍ଲାର ଆନ୍ତର୍ଜାତିୟ ସୀମା ନିକଟରେ ୭୧୬୨ ଭୂଗର୍ଭସ୍ଥ ବଙ୍କର ନିର୍ମାଣ ହେବ। ନିୟନ୍ତ୍ରଣ ରେଖା ନିକଟରେ ରହୁଥିବା ଲୋକମାନଙ୍କ ରହିବାପାଇଁ ସରକାର ନିକଟରେ ୧୪,୪୬୦ଟି ଉଭୟ ବ୍ୟକ୍ତିଗତ ଏବଂ କମ୍ୟୁନିଟି ବଙ୍କର ନିର୍ମାଣ ପାଇଁ ୪୧୫.୭୩ କୋଟି ଟଙ୍କା ମଞ୍ଜୁରି ପ୍ରଦାନ କରିଛନ୍ତି। ସମୁଦାୟ ୧୩,୦୨୯ ବ୍ୟକ୍ତିଗତ ବଙ୍କର ଏବଂ ୧୪୩୧ଟି ଗୋଷ୍ଠୀଭିତ୍ତିକ ବଙ୍କର ନିର୍ମାଣ ହେଉଥିବା ସରକାରୀ ସୁତ୍ରରୁ ଜଣାଯାଇଛି। ୧୬୦ ବର୍ଗ ଫୁଟ୍ ପାରବାରିକ ବଙ୍କରରେ ସମୁଦାୟ ୮ ଜଣ ରହିପାରିବେ ଏବଂ ୮୦୦ ବର୍ଗ ଫୁଟ୍ କମ୍ୟୁନିଟି ବଙ୍କର୍ରେ ୪୦ ଜଣ ଲୋକ ରହିପାରିବେ। ରାଜୌରିରେ ୪୯୧୮ଟି ପାରିବାରିକ ଏବଂ ୩୭୨ଟି କମ୍ୟୁନିଟି ବଙ୍କର ନିର୍ମାଣ ହେବ । ପୁଞ୍ଚ୍ରେ ବଙ୍କର ନିର୍ମାଣ ପାଇଁ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଠାରେ ୬୮୮ଟି ପାରିବାରିକ ଏବଂ ୧୩୨୦ଟି ଗୋଷ୍ଠୀ ଭିତ୍ତିକ ବଙ୍କର ନିର୍ମାଣ ହେବ। ସେହିପରି ଜମ୍ମୁରେ ୧୨୦୦ଟି ପାରିବାରିକ ଏବଂ ୧୨୦ଟି ସାମୁହିକ ବଙ୍କର ନିର୍ମାଣ ହେବ। ସାମ୍ବା ଜିଲ୍ଲାରେ ମୋଟ ୨୬୦୦ ବଙ୍କର ନିର୍ମାଣ ଲକ୍ଷ୍ୟ ରହିଛି । ଭାରତ- ପାକିସ୍ତାନ ମଧ୍ୟରେ ୩୩୨୩ କିମି ଲମ୍ବ ସୀମା ଅଂଚଳ ରହିଥିବା ବେଳେ ଅନୁପ୍ରବେଶକୁ ରୋକିବା ଏବଂ ଗୁଳିଗୋଳା ବର୍ଷାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଆରମ୍ଭ କରିଛନ୍ତି।
ଏଲ୍ଓସିରେ ୧୪ ହଜାର ବଙ୍କର ନିର୍ମାଣ କରିବ ଭାରତ
/sambad/media/post_attachments/wp-content/uploads/2018/02/india-a-coward-enemy-who-kills-innocent-civilians-at-loc-1517550187-2027.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)