ଇମ୍ଫାଲ : ପିଲାଚୋରି ଗୁଜବକୁ ନେଇ ସୃଷ୍ଟ ହିଂସାକାଣ୍ଡକୁ ରୋକିବା ଲାଗି ସରକାରଙ୍କ ଠାରୁ ଆରମ୍ଭକରି ବିଭିନ୍ନ ସଂସ୍ଥା ଉଦ୍ୟମ କରୁଥିବା ବେଳେ ଏହା ଥମିବାର ନାଁ ନେଉନାହିଁ। ଦିନକୁଦିନ ଏହା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଇମ୍ଫାଲରେ ପିଲାଚୋର ସନ୍ଦେହରେ ସ୍ଥାନୀୟ ଲୋକମାନେ ପିଟିପିଟି ଦୁଇଜଣଙ୍କୁ ଲହୁଲୁହାଣ କରିପକାଇଛନ୍ତି। ଇମ୍ଫାଲଠାରୁ ୪୫ କିଲୋମିଟର ଦୂର କାଙ୍ଗପୋକପି ଜିଲ୍ଲା ଅନ୍ତର୍ଗତ ଚାମ୍ଫାଇରେ ଗୋଟିଏ ଘଟଣା ଘଟିଥିବା ବେଳେ ଅନ୍ୟଟି ଜିଲ୍ଲାର ଇକାଇଜଗିଙ୍ଗ୍ ଗ୍ରାମରେ ଘଟିଛି। ତେବେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଦ୍ୱୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଜଣେ ଅଧିକାରୀଙ୍କ କହିବାନୁଯାୟୀ ଲୋକଙ୍କଠାରୁ ମାଡ଼ ଖାଇବା ପରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ମୁଣ୍ଡରେ ପ୍ରବଳ ଆଘାତ ଯୋଗୁ ସେମାନଙ୍କ ମାନସିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ସେମାନେ ଏବେ ଚିକିତ୍ସିତ ହେଉଛନ୍ତି। ତାଙ୍କ ମୁତାବକ ମଣିପୁରରେ ପିଲାଚୋରି ଗୁଜବ ବ୍ୟାପିବାରେ ଲାଗିଛି। କିନ୍ତୁ ମାସକ ମଧ୍ୟରେ ରାଜ୍ୟରୁ ଗୋଟିଏ ହେଲେ ବି ପିଲା ଚୋରି ହୋଇଥିବା ନେଇ ଖବର ନାହିଁ। ଏଭଳି ଗୁଜବକୁ କିଭଳି ତୁରନ୍ତ ରୋକାଯାଇ ପାରିବ ସେ ନେଇ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ଅଧିକାରୀ ଜଣକ ଦର୍ଶାଇଛନ୍ତି।
ଇମ୍ଫାଲରେ ପିଲାଚୋରି ଗୁଜବ : ଦୁଇଜଣଙ୍କୁ ପିଟିପିଟି ଦରମରା କଲେ
/sambad/media/post_attachments/wp-content/uploads/2018/07/attc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)