ଏଲ୍‌ଓସିରେ ଭୂତଳ ସୁଡ଼ଙ୍ଗ ଠାବ, ସୁଡ଼ଙ୍ଗ ଦେଇ ଆତଙ୍କବାଦୀ ପଠାଇଥିଲା ପାକ୍‌ ସେନା

ଜମ୍ମୁ: ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ସୀମାରେ ଆଜି ମିଳିତ ସୁରକ୍ଷା ବାହିନୀ ୧୬୦ ମିଟର ଲମ୍ବ ଭୂତଳ ସୁଡ଼ଙ୍ଗ ଠାବ କରିଛନ୍ତି। ଏହି ସୁଡ଼ଙ୍ଗ ଦେଇ ପାକିସ୍ତାନ ଜୈସ୍‌ ଆତଙ୍କବାଦୀଙ୍କୁ ଭାରତ ପଠାଉଥିଲା ଏବଂ ନିକଟରେ ନାଗ୍‌ରୋଟାରେ ନିପାତ ହୋଇଥିବା ୪ ଜୈସ୍‌ ଆତଙ୍କବାଦୀ ଏହି ରାସ୍ତା ଦେଇ ଭାରତରେ ପଶିଥିଲେ ବୋଲି ଜଣାପଡ଼ିଛି। ଏହି ଆତଙ୍କବାଦୀମାନେ କମାଣ୍ଡୋ ତାଲିମ ନେଇଥିଲେ ଏବଂ ସୁଡ଼ଙ୍ଗ ପାର ହେବାପରେ ଅନ୍ଧାରରେ ୩୦ କିମି ଚାଲି ଚାଲି ଆସିଥିଲେ। ସେମାନେ ସୁଡ଼ଙ୍ଗ ଦେଇ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ମଧ୍ୟ ଭାରତ ଆଣିଥିଲେ। ନିହତ ଆତଙ୍କବାଦୀଙ୍କଠାରୁ ମିଳିଥିବା ସମସ୍ତ ସାମଗ୍ରୀ ସେମାନଙ୍କୁ ପାକ୍‌ ସେନା ଦ୍ବାରା ଉପଲବ୍ଧ ହୋଇଥିବାରୁ ଭାରତ ଏବେ ମାମଲାକୁ ଗମ୍ଭୀରତାର ସହ ନେଇଛି ଏବଂ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ସୁଡ଼ଙ୍ଗ ଠାବ ହେବା ପରେ ବିଏସ୍‌ଏଫ୍‌ ଏହାକୁ ଧ୍ବଂସ କରିବା ପାଇଁ ଅପରେସନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର