ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ସହ ମୁକାବିଲା ପାଇଁ ସରକାର ଲକ୍ଡାଉନ୍ ଭଳି ଯେଉଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ଆଜି ୨୦ ଦିନ ପୂରିଛି। ମାର୍ଚ୍ଚ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ। ତେବେ ଖାଲି ଲକ୍ଡାଉନ୍ ଘୋଷଣା ହୋଇନି ଏହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାପାଇଁ ଏବଂ ଲୋକମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହେବା ପାଇଁ ସରକାର ଗତ ୨୦ ଦିନ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ମଧ୍ୟ ନେଇଛନ୍ତି। ସରକାର ଗତ ୨୦ ଦିନ ମଧ୍ୟରେ ନେଇଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।
ସରକାର ‘ଆରୋଗ୍ୟ ସେତୁ ଆପ୍ଆ’ ରମ୍ଭ କରିଛନ୍ତି। ଏହି ମୋବାଇଲ୍ ଆପ୍ଲିକେସନ୍ ଦ୍ବାରା ଲୋକମାନଙ୍କୁ କରୋନା ସଂକ୍ରାନ୍ତରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସୂଚନା ଏବଂ ସଚେତନ ବାର୍ତ୍ତା ମଧ୍ୟ ଦିଆଯାଉଛି। ତୈଳ ମନ୍ତ୍ରାଳୟର ଜଣେ ପ୍ରବକ୍ତା କହିଛନ୍ତି, ଏପ୍ରିଲ୍ରୁ ଜୁନ୍ ମଧ୍ୟରେ କରୋନା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୫ କେଜି ସିଲିଣ୍ଡର ବ୍ୟବହାର କରୁଥିବା ଗରିବ ଲୋକଙ୍କୁ ୮ ଥର ଗ୍ୟାସ୍ ମାଗଣା ମିଳିବ। ତେବେ ହିତାଧିକାରୀ ୧୪.୨ କେଜି ସିଲିଣ୍ଡର ବ୍ୟବହାର କରୁଥିଲେ ସେମାନଙ୍କୁ ୩ ଥର ଗ୍ୟାସ ମାଗଳା ମିଳିବ। ଉଜ୍ଜ୍ବଳା ଯୋଜନା ଅଧୀନରେ ସରକାର ଆସନ୍ତା ୩ ମାସ ପର୍ଯ୍ୟନ୍ତ ୮.୩ କୋଟିରୁ ଅଧିକ ଗରିବ ମହିଳାଙ୍କୁ ମାଗଣା ଏଲ୍ପିଜି ସିଲିଣ୍ଡର ଦେବେ । କରୋନା ପରିପ୍ରେକ୍ଷୀରେ ସରକାର ଦେଶରେ ୨୦ ଲକ୍ଷ 'ସୁରକ୍ଷା ଦୋକାନ' ଖୋଲିବାପାଇଁ ଯୋଜନା କରିଛନ୍ତି। ଏହିସବୁ ଦୋକାନରେ ଲୋକଙ୍କର ଆବଶ୍ୟକ ହେଉଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପଲବ୍ଧ ହେବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିୟାଲ୍ ମଧ୍ୟ କୋରନା ପରିପ୍ରେକ୍ଷୀରେ ଯୁକ୍ତି ନାମକ ଏକ ୱେବ୍ ପୋର୍ଟାଲ୍ ଆରମ୍ଭ କରିଛନ୍ତି। ସରକାର ସ୍ବୟଂ ସହାୟକ ଗୋଷ୍ଠୀର ମାଗଣା ବନ୍ଧକମୁକ୍ତ ଋଣ ପରିମାଣକୁ ବି ୨୦ ଲକ୍ଷକୁ ବୃଦ୍ଧି କରିଛନ୍ତି। ପିଏମ୍ କିଷାନ ଯୋଜନା ଅଧୀନରେ ୬ କୋଟିରୁ ଅଧିକ କୃଷକ ଉପକୃତ ହୋଇଛନ୍ତି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛଇ। ପିଏମ୍ କିଷାନ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୧୩,୮୫୫ କୋଟି ଦିଆସରିଛି। ମନରେଗା ଅଧୀନରେ ମଜୁରୀ ୧୮୨ରୁ ୨୦୨କୁ ବୃଦ୍ଧି ପାଇବ। ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୋଭିଡ୍ -୧୯ ମୁକାବିଲା ପାଇଁ ୧.୭୦ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଥିଲେ।
ଏକ ସ୍ବତନ୍ତ୍ର ବ୍ୟବସ୍ଥା ଅଧୀନରେ ସରକାର ଘୋଷଣା କରିଛନ୍ତି ଯେ ଲୋକମାନେ ଇପିଏଫ୍ରୁ ୩ ମାସର ଦରମା ଉଠାଇ ପାରିବେ। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ
୨.୮୨ କୋଟି ବୟସ୍କ, ବିଧବା ଏବଂ ଭିନ୍ନକ୍ଷମ ଲୋକଙ୍କ ମଧ୍ୟରେ ୧୪୦୦ କୋଟି ବଣ୍ଟନ କରାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଜୁନ୍ ୩୦, ୨୦୨୦କୁ ବୃଦ୍ଧି କରାଯାଇଛି। ବିଳମ୍ବିତ ଆୟକର ଦେୟ ଉପରେ ସୁଧ ହାର ୧୨ ପ୍ରତିଶତରୁ ୯ ପ୍ରତିଶତକୁ ହ୍ରାସ କରାଯାଇଛି। ନିର୍ମାଣ ଶ୍ରମିକ ପାଣ୍ଠି ଅଧୀନରେ ୨ କୋଟିରୁ ଅଧିକ ନିର୍ମାଣ ଶ୍ରମିକ ୩,୦୬୬ କୋଟି ଟଙ୍କାର ଆର୍ଥିକ ସହାୟତା ପାଇଛନ୍ତି। ପ୍ରାୟ ୨୦ କୋଟି ମହିଳା ଜନଧନ ଆକାଉଣ୍ଟ୍ଧାରୀ ସେମାନଙ୍କ ଆକାଉଣ୍ଟ୍ରେ ୫୦୦ ଟଙ୍କା ପାଇଛନ୍ତି। ଆଧାରକୁ ପାନ୍କାର୍ଡ୍ ସହ ସଂଯୋଗ କରିବାର ସମୟସୀମା ମଧ୍ୟ ମାର୍ଚ୍ଚ ୩୧ରୁ ଜୁନ୍ ୩୦କୁ ବୃଦ୍ଧି ପାଇଛି। ସମାଜରେ ବିଭିନ୍ନ ଶ୍ରେଣୀର ଲୋକଙ୍କୁ ସହଯୋଗ କର କରିବାପାଇଁ ସରକାର ୩୦,୦୦୦ କୋଟି ଟଙ୍କାର ମଂଜୁରି ଦେଇଛନ୍ତି। କରୋନା ଭାଇରସ୍ ମହମାରୀ ସହ ସଂଗ୍ରାମ କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କୁ ସରକାର ୫୦ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ମଧ୍ୟ ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/lockdown1.jpg)