ତୃତୀୟ ଦିବସରେ ଲକ୍‌ଡାଉନ୍‌: ରାସ୍ତା ଶୂନ୍‌ଶାନ୍‌, ସବୁ ଠପ୍‌

ଆଇନ ଉଲ୍ଲଂଘନ କରି ୧୦ ହଜାରରୁ ଅଧିକ ଗିରଫ, ଦାଦନ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶରେ କାର୍ଯ୍ୟକାରୀ ହୋଇଥିବା ଲକ୍‌ଡାଉନ୍‌ ବ୍ୟବସ୍ଥା ଆଜି ତୃତୀୟ ଦିନରେ ପହଞ୍ଚିଛି। ସରକାରୀ ଏବଂ ଘରୋଇ ଯାନବାହନ ଚଳାଚଳ ବନ୍ଦ ସହିତ ଲୋକେ ଘର ଭିତରେ ରହୁଥିବାରୁ ସବୁଠି ଶୂନ୍‌ଶାନ ସ୍ଥିତି ଦେଖିବାକୁ ମିଳିଛି। ସବୁ ଅଫିସ, ଦପ୍ତର, କଳ କାରଖାନା, ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରି ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବା ବ୍ୟବସ୍ଥା ହେଉଛି। ଶତାଧିକ ସ୍ଥାନରେ ଅସ୍ଥାୟୀ ଶିବିର ଏବଂ ଖାଦ୍ୟପେୟ ବ୍ୟବସ୍ଥା ହୋଇଛି। ଅନେକ କ୍ଷେତ୍ରରେ ଲକ୍‌ଡାଉନ୍‌ ଉଲ୍ଲଂଘନ କରି ଆଜି ୧୦ ହଜାରରୁ ଅଧିକ ଗିରଫ ହୋଇଥିବା ଜଣାପଡ଼ିଛି। ଯେଉଁ ବଜାର ଅଂଚଳରେ ଭିଡ ପରିଲକ୍ଷିତ ହେଉଛି ସେଠାରେ ପୁଲିସ ପ୍ରଶାସନ ଲୋକଙ୍କୁ ନିୟନ୍ତ୍ରଣ କରି ସାମାଜିକ ଦୂରତା ରକ୍ଷାରେ ସହଯୋଗ କରୁଛି।

ସମ୍ବନ୍ଧିତ ଖବର