କ‌ରୋନା ମୁକାବିଲା ପାଇଁ କେବଳ ଲକ୍‌ଡାଉନ୍‌ ଯଥେଷ୍ଟ ନୁହେଁ: ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ: କରୋନା ମୁକାବିଲା କରିବାପାଇଁ କେବଳ ସହର ଗୁଡ଼ିକୁ ଲକ୍‌ଡାଉନ୍‌ କରିବା ଯଥେଷ୍ଟ ନୁ‌ହେଁ। କରୋନା ମୁକାବିଲା ଦିଗରେ ଆହୁରି ଅନେକ ବଳିଷ୍ଠ ପଦକ୍ଷେପ ବି ଗ୍ରହଣ କରିବାକୁ ପଡ଼ିବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଶୀର୍ଷ ଏମର୍ଜେନ୍ସି ଏକ୍ସ‌ପର୍ଟ କହିଛନ୍ତି, କେବଳ ଲକ୍‌ଡାଉନ୍‌ କରିଦେବା ଭାଇରସ୍‌ ରୋକିବା ଦିଗରେ ଶ୍ରେଷ୍ଠ ପଦକ୍ଷେପ ନୁହେଁ। ଡାକ୍ତର ମାଇକ୍‌ ରିୟାନ୍‌ କହିଛନ୍ତି, ଏଭଳି ସ୍ଥିତିରେ ଆମେ ପ୍ରଥମେ ଅସୁସ୍ଥଙ୍କୁ ଚିହ୍ନଟ କରିବା। ଯେଉଁମାନଙ୍କ ଶରୀରରେ ଭାଇରସ୍‌ ଅଛି ସେମାନଙ୍କୁ ଚିହ୍ନଟ କରି ପୃଥକ୍‌ କରିବା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ପୃଥକ୍‌ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ତେବେ ସବୁଠୁ ବଡ଼ ବିପଦ ହେଉଛି ଲକ୍‌ଡାଉନ୍‌। ଯଦି ଆମେ ସୁଦୃଢ଼ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ବ ନଦେଇ କେବଳ ଲକ୍‌ ଡାଉନ୍‌ ଉପରେ ଗୁରୁତ୍ବ ଦେବା ତେବେ ଯେତେବେଳେ ଲକ୍‌ଡାଉନ୍‌ ଉଠିଯିବ ସେ ସମୟରେ ଅତି ସାାଂଘାତିକ ସ୍ଥିତି ଉପୁଜିବ। ଯେଉଁ ପରିମାଣରେ ଆମେ ଭାଇରସ୍‌କୁ ଦାବିଥିବା ଏହା ସେହି ପରିମାଣରେ ପୁଣି ବ୍ୟାପିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର