ଲକ୍‌ଡାଉନ୍‌ର ୪ର୍ଥ ଦିବସ: ବଳପ୍ରୟୋଗ ନ କରିବାକୁ ପୁଲିସକୁ ନିର୍ଦ୍ଦେଶ

ପ୍ରଦୂଷଣସ୍ତରରେ ଯଥେଷ୍ଟ ହ୍ରାସ, ସାଇବର୍‌ ଅପରାଧୀ ସକ୍ରିୟ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କାର୍ଯ୍ୟକାରୀ ହୋଇଥିବା ଲକ୍‌ଡାଉନ୍‌ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ବିଗତ ୪ ଦିନ ମଧ୍ୟରେ ଦେଶର ସବୁ ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ସୁରୁଖୁରୁରେ ପହଞ୍ଚିବା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି। ଲୋକେ ଘରୁ ବାହାରୁ ନଥିବା ଏବଂ କଳ କାରଖାନା ବନ୍ଦ ରହିଥିବାରୁ ମୁମ୍ବାଇ, ଦିଲ୍ଲୀ, କୋଲକାତା ଏବଂ ବେଙ୍ଗାଲୁରୁ ଭଳି ସହରରେ ପ୍ରଦୂଷଣ ଯଥେଷ୍ଟ କମିଯାଇଛି। ମୁମ୍ବାଇରେ ଯେଉଁମାନେ ନିୟମ ଉଲ୍ଲଂଘନ କରି ରାସ୍ତାକୁ ଆସୁଛନ୍ତି ସେମାନଙ୍କ ବିରୋଧରେ ବଳପ୍ରୟୋଗ ନକରି କେବଳ ଫେରିଯିବା ପାଇଁ ବାଧ୍ୟ କରିବାକୁ ପୁଲିସ ମୁଖ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ପୁଲିସ ସାଇବରକ୍ରାଇମ ନେଇ କେତେକ ନିର୍ଦ୍ଦେଶାବଳି ଜାରି କରିଛି। ସାଇବର୍‌ ଅପରାଧୀମାନେ କରୋନା ଲକ୍‌ଡାଉନ୍‌ ସମୟରେ ସକ୍ରିୟ ହୋଇଉଠିଥିବାରୁ ଏଭଳି ପଦକ୍ଷେପ ନିଆଯାଁଇଛି।

କୋଲକାତାରେ ପରିବା ବଜାର ଏବଂ ରାସନ ଦୋକାନରେ ସାମାଜିକ ଦୂରତା ବଜାୟ ରଖିବାକୁ ବିଶେଷ ପଦକ୍ଷେପ ନିଆଯାଇଛି। ଲୋକେ ଏକ ସମୟରେ କିଣାକିଣି ପାଇଁ ଭିଡ଼ ଜମାଉଥିବାରୁ ପୁଲିସ ବାହିନୀ ସାମାଜିକ ଦୂରତା ରକ୍ଷା ନେଇ ଲୋକଙ୍କୁ ବୁଝାଉଛନ୍ତି। ବେଙ୍ଗାଲୁରୁରେ ବିଭିନ୍ନ ନିୟନ୍ତ୍ରିତ ବଜାର ଅଂଚଳରେ ଲୋକଙ୍କ ଭିଡ ଯୋଗୁଁ ସମସ୍ୟା ଉପୁଜିଛି ଏବଂ କରୋନା ସଂକ୍ରମଣ ଭୟ ବଢ଼ିଯାଇଛି। ଏଥିପାଇଁ ପ୍ରଶାସନ ଆଜିଠାରୁ ବଜାର ପ୍ରବେଶ ଉପରେ ମଧ୍ୟ କେତେକ କଟକଣା ଲଗାଇଛନ୍ତି।

ସମ୍ବନ୍ଧିତ ଖବର