ଲକ୍‌ଡାଉନ୍‌ ୪: ପ୍ରତି ଘଣ୍ଟାରେ ୨୪୭ ସଂକ୍ରମିତ

ନୂଆଦିଲ୍ଲୀ : କରୋନାଭାଇରସ୍‌ ମୁକାବିଲା ପାଇଁ ଜାରି ହୋଇଥିବା ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆଜି ଶେଷ ହୋଇଛି। ପ୍ରଥମ ୩ ପର୍ଯ୍ୟାୟ ଲକ୍‌ଡାଉନ୍‌ ତୁଳାନାରେ ଲକ୍‌ଡାଉନ୍‌-୪ ଦେଶପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଛି। ୧୪ ଦିନର ଏହି ଲକ୍‌ଡାଉନରେ ପ୍ରତି ଘଣ୍ଟାରେ ୨୪୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଲକ୍‌ଡାଉନ୍‌ ୩ ଶେଷ ହେବା ସମୟରେ ସଂକ୍ରମିତଙ୍କ ସଂଖ୍ୟା ୯୦୯୨୭ ଥିଲା ଏବଂ ଏବେ ଏହା ବଢ଼ିଯାଇ ୧ ଲକ୍ଷ ୮୨ହଜାରରେ ପହଂଚିଯାଇଛି। ଲକ୍‌ଡାଉନ୍‌ ୪ରେ ଦେଶରେ ଏବେ ୧୦୯୩ଟି ଏଭଳି ହସ୍ପିଟାଲ ରହିଛି ଯାହା କେବଳ କୋଭିଡ ରୋଗୀଙ୍କ ପାଇଁ ସମର୍ପିତ ଏବଂ ସେଥିରେ ୩୧୨୫୦ ଆଇସିୟୁ ବେଡ୍‌ ମଧ୍ୟ ସାମିଲ ଅଛି। ଦେଶରେ ଏବେ ୭ଟି କମ୍ପାନି ଏବଂ ୬ଟି ବୈଜ୍ଞାନିକ ସଂସ୍ନା ଟିକା ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର