ଲକ୍‌ଡାଉନ୍‌-୫ : ରାଜ୍ୟ ନିୟନ୍ତ୍ରଣରେ ରହିବ ସମସ୍ତ କଟକଣା

ନୂଆଦିଲ୍ଲୀ : ମେ ୩୧ ତାରିଖରେ ଲକ୍‌ଡାଉନ୍‌-୪ ସରିବା ପରେ ଜୁନ୍‌ ୧ ତାରିଖରୁ ଲକ୍‌ଡାଉନ୍‌-୫ ସଂପୂର୍ଣ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ନିୟନ୍ତ୍ରଣାଧୀନ ରହିବ। ସେହି ପ୍ରଶାସନ ହିଁ ନିଷ୍ପତ୍ତି ନେବ କେମିତି କଟକଣା ରହିବ ଏବଂ କ’ଣ ନିୟମ ଲାଗୁ ହେବ। କଟକଣାର ପରିସୀମା ପୂରା ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ହେବ କି କିଛି ନିର୍ଦିଷ୍ଟ ଜିଲ୍ଲା ହେବ, ତାହାର ପରିସୀମା ଘୋଷଣା ଠାରୁ ଆରମ୍ଭ କରି ବିମାନ ଉଡାଣ, ବିଦ୍ୟାଳୟ ଶିକ୍ଷାଦାନ, ବଜାର ଦୋକାନ କାରବାର ଇତ୍ୟାଦି ଉପରେ ନିଷ୍ପତ୍ତି ନେବେ। ଜଣାପଡ଼ିଛି ପ୍ରତି ୧୫ ଦିନରେ ଥରେ ପରିସ୍ଥିତିର ସମୀକ୍ଷା ହେବ।

ଲକ୍‌ଡାଉନ୍‌-୫ରେ କେନ୍ଦ୍ର ସରକାରଙ୍କର ସୀମିତ ଭୂମିକା ରହିବ। ବିଶେଷତଃ ଯେଉଁଗୁଡ଼ିକୁ ସର୍ବଭାରତୀୟ ସ୍ତରରେ କରାଯିବା ଅନୁଚିତ, ସେଇଗୁଡ଼ିକ ଉପରେ କେନ୍ଦ୍ର କଟକଣା ଜାରି କରିବ। କୋଭିଡ୍‌-୧୯ ପରିଚାଳନାରେ ଜାତୀୟ ନିର୍ଦେଶାବଳୀ ଜାରି ହୋଇ କାର୍ଯ୍ୟକ୍ଷମ ହେବ। ଯେମିତିକି ମୁହଁରେ ମାସ୍କ ବାନ୍ଧିବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ଇତ୍ୟାଦି। ମେ ୧୭ ତାରିଖରେ ଜାରି ହୋଇଥିବା ନିୟମାବଳୀର ପ୍ରାୟ ଅଧିକାଂଶ ନିୟମ ଅକାମି ହୋଇଯିବ। ଅନ୍ତର୍ଜାତୀୟ ବିମାନ ଉଡାଣ ସମ୍ଭବତଃ ଜୁଲାଇ ପୂର୍ବରୁ ସ୍ୱାଭାବିକ ହେବ ନାହିଁ। ସେହିପରି ବିଦ୍ୟାଳୟଗୁଡ଼ିକ ମଧ୍ୟ ଅନ୍‌ଲାଇନ୍‌ ଶ୍ରେଣୀ ଉପରେ ଆହୁରି ଅଧିକ ଦିନ ନିର୍ଭରଶୀଳ ହୋଇରହିବ।

ସମ୍ବନ୍ଧିତ ଖବର