ଲକ୍‌ଡାଉନ୍‌ ୪.୦ ପୂର୍ବାନୁମାନ : କିଛି ନିୟମରେ ‌କୋହଳ, ପୂର୍ବ ପରି କଡ଼ା କଟକଣା ବି ଜାରି ରହିପାରେ ଅନେକ କ୍ଷେତ୍ରରେ

ନୂଆଦିଲ୍ଲୀ: ଆଉ ମାତ୍ର ଗୋଟାଏ ଦିନ ପରେ ଶେଷ ହୋଇଯିବ ୩.୦ ଲକ୍‌ଡାଉନ୍‌। ଦେଶରେ କରୋନା ମହାମାରୀ ଭାଇରସ୍‌କୁ ଆୟତ୍ତ କରିବାକୁ କେନ୍ଦ୍ର ସରାକର ୪.୦ ଲକ୍‌ଡାଉନ୍‌ ଲାଗୁ କରିବାକୁ ଯାଉଛନ୍ତି। ମାତ୍ର ଏହି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ନିୟମରେ ଅନେକ କିଛି ପରିବର୍ତ୍ତନ ଆସିବ। ତେବେ, ଚାଲନ୍ତୁ ଜାଣିବା ସେଗୁଡ଼ିକ ସବୁ କ’ଣ।

: ମେ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌।

: ‌ଏଥରର ଲକ୍‌ଡାଉନ୍‌ରେ ସରକାର ବ୍ୟବସାୟକୁ ନେଇ ନିୟମ କୋହଳ କରିପାରନ୍ତି।  କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ଗୁଡ଼ିକରେ ପୂର୍ବ ପରି କଡ଼ା କଟକଣା ବଳବତ୍ତର ରହିପାରେ।

: ୪.୦ ଲକ୍‌ଡାଉନ୍‌ରେ ସ୍କୁଲ୍‌, କଲେଜ୍‌ ଓ ସିନେମା ହଲ୍ ଆଦି ପୂର୍ବ ପରି ବନ୍ଦ ରହିପାରେ।

: କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌କୁ ଛାଡ଼ିଲେ ସେଲୁନ୍‌, ସ୍ପା ଓ ପାର୍ଲର ଆଦିକୁ ସରକାର ଗ୍ରିନ୍‌, ଅରେଞ୍ଜ ଏପରିକି ‌ରେଡ୍‌ ଜୋନ୍‌ମାନଙ୍କରେ ବି ଖୋଲିବାକୁ ଅନୁମତି ଦେଇପାରନ୍ତି । ଏବେ ଏହି ଦୋକାନଗୁଡ଼ିକୁ ଅରେଞ୍ଜ ଓ ଗ୍ରିନ୍‌ ଜୋନ୍‌ରେ ଖୋଲିବାର ଅନୁମତି ରହିଛି।

Indiatoday

: ଏଥରର ଲକ୍‌ଡାଉନ୍‌ରେ ପରିବହନ ସେବାରେ ବି କିଛିଟା କୋହଳ କରାଯିବ ବୋଲି ଆଶା କରାଯାଉଛି । ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ସହ ବସ୍‌, ଟ୍ରେନ୍‌ ଓ ଘରୋଇ ବିମାନ ଚଳାଚଳ କରିପାରେ।

: ଲୋକାଲ୍‌ ଟ୍ରେନ୍‌, ବସ୍‌ ଏବଂ ମେଟ୍ରୋ ରେଳ ସେବାରେ ବି ସରକାର କିଛିଟା ନିୟମ କୋହଳ କରିପାରନ୍ତି।

: ଅଟୋ-ରିକ୍ସା ଓ ଟାକ୍ସି ଚଳାଚଳକୁ ନେଇ ମଧ୍ୟ ସବୁଜ ସଂକେତ ଦେଇପାରନ୍ତି ସରକାର। ମାତ୍ର ଏହି ସବୁ ଯାନରେ ସୀମିତ ଯାତ୍ରୀ ଯାତ୍ରା କରିପାରିବେ। ରେଡ୍‌ ଜୋନ୍‌ରେ ବି ଏହି ସବୁ ଯାନ ଚଳାଚଳକୁ ଅନୁମତି ମିଳିପାରେ। ମାତ୍ର କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ନିଷିଦ୍ଧ ହେବ।

: ୪.୦ରେ ଇ-କମର୍ସ ସାଇଟ୍‌ଗୁଡ଼ିକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ବ୍ୟତୀତ ଆଉ ସବୁଆଡ଼େ ଘରେ ଘରେ ବୁଲି ସାମଗ୍ରୀ ଡେଲିଭରି କରିବାକୁ ଅନୁମତି ମିଳିପରେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର