ଲକ୍ଡାଉନ୍ର ପଞ୍ଚମ ସପ୍ତାହରେ ଭାରତ
ନୂଆଦିଲ୍ଲୀ: କରୋନାଭୂତାଣୁ ସଂକ୍ରମଣର ଦୈନିକ ଆନୁପାତିକ ବୃଦ୍ଧିରେ ହ୍ରାସ ଘଟିଥିବା ବେଳେ ଭାରତ ଲକ୍ଡାଉନ୍ର ପଞ୍ଚମ ସପ୍ତାହରେ ପାଦ ଦେଇଛି। ଏବେ ବି ଅନେକ ବାଟ ଯିବାକୁ ଅଛି। ଲକ୍ଡାଉନ୍ ଲାଗୁ ହୋଇନଥିଲେ, ସଂକ୍ରମଣ ମାମଲା କେତେ ଲକ୍ଷ ଅଧିକ ହୋଇଥାଆନ୍ତା ଏବେ ଯେଉଁ ହାରରେ ମାମଲା ଠାବ ହେଉଛି, ତାହା ମାସକରେ ଦୁଇ ଲକ୍ଷ ସଂଖ୍ୟା ଟପିଯାଇଥାନ୍ତା। ମାର୍ଚ ୨୪ରେ ଯେତେବେଳେ ଲକ୍ଡାଉନ୍ ଆରମ୍ଭ ହେଲା ସେତେବେଳେ କୋଭିଡ୍-୧୯ ବୃଦ୍ଧିହାର ୨୧.୪% ଥିଲା। ଯଦି ସେହି ହାର ଜାରି ରହିଥାଆନ୍ତା, ତେବେ ଏ ବିଶ୍ୱମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଇଥାଆନ୍ତା। କିନ୍ତୁ ଏପ୍ରିଲ ୨୩ ବେଳକୁ ସେଇ ସଂଖ୍ୟା ୨୩ ହଜାରରେ ରହିଛି। ଦୈନିକ ବୃଦ୍ଧି ହାର ୮.୧% ରହିଛି। ତେବେ ଆହୁରି ଅନେକ କାରଣ ରହିଛି, କେତେ ପରିମାଣରେ ଓ କେତେ ବେଗରେ ରୋଗ ବ୍ୟାପିବ। ଏବେ ପ୍ରତି ୯ ଦିନରେ ମାମଲା ଓ ମୃତ୍ୟୁ ଦିଗୁଣ ହୋଇଯାଉଛି। ଯେହେତୁ ଲକ୍ଡାଉନ୍ ପୂର୍ବର ବୃଦ୍ଧି ହାର ଠାରୁ ଏବେର ବୃଦ୍ଧି ହାର କମ୍ ଥିଲେ ସୁଦ୍ଧା, ଟିକେ ଚଢ଼ା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତାମିଲନାଡ଼ୁ, କେରଳ ଓ କର୍ଣାଟକରେ ବୃଦ୍ଧି ହାର ଦ୍ରୁତବେଗରେ ତଳକୁ ଖସୁଛି। ଅନେକ ରାଜ୍ୟ ଏବେ ସେମାନଙ୍କୁ ଅନୁସରଣ କରୁଛନ୍ତି। କେତେକ ରାଜ୍ୟରେ ଅସ୍ତିର ବୃଦ୍ଧି ହାର ଚିନ୍ତାର କାରଣ ହୋଇଛି। ଗୁଜରାଟରେ ଦ୍ରୁତତମ ବୃଦ୍ଧି ହାର, ଜାତୀୟ ହାର ଠାରୁ ଉପରେ ଅଛି। ଏପ୍ରିଲ୍ ୨୩ ପରଠୁ ୫,୪୨,୭୮୯ ଜଣଙ୍କର ନିଦାନ ପରୀକ୍ଷା କରାଯାଇଛି। ପ୍ରତ୍ୟେକ ମାମଲାରେ ନିଦାନ ପରୀକ୍ଷା ଦରକାର ଥିଲା କାରଣ ଭାରତରେ ସଂକ୍ରମିତ ହେଉଥିବା ୮୦% ଲୋକଙ୍କର କୌଣସି ଲକ୍ଷଣ ଦେଖାଯାଉନଥିଲା। ଏହା ହୁଏତ ଲକ୍ଷଣବିହୀନ ବା ପ୍ରାକ୍-ଲକ୍ଷଣ ବାହକ। ଯଦିଓ ପ୍ରତି ୧୦ ଲକ୍ଷ ଭାରତୀୟରେ ୩୬୨ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଏଣିକି ଟେଷ୍ଟିଂ ସଂଖ୍ୟା ବଢାଗଲାଣି ଏବଂ ପ୍ରାରମ୍ଭିକ ସଂକ୍ରମଣସ୍ତରରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଠାବ କରିବା ଲାଗି ପ୍ରକ୍ରିୟା ଚାଲିଛି। ସମ୍ଭବତଃ ଏହି ଲଢ଼େଇରେ ଖୁବ୍ ଶିଘ୍ର ଆମେ ଜୟଲାଭ କରିବୁ।