କରୋନାର ଦ୍ୱିତୀୟ ଲହରକୁ ନେଇ ମଧ୍ୟପ୍ରଦେଶରେ ପ୍ରଥମ ଲକଡାଉନ୍, ବିନା କାରଣରେ ଘରୁ ବାହାରିଲେ ହେବେ ଗିରଫ୍

ଭୋପାଳ: ଦୀର୍ଘ ୮ ମାସ ପୂର୍ବରୁ କରୋନା ଭାରତରେ ଯେତିକି କାୟା ବିସ୍ତାର କରିଥିଲା ଏବେ ପୁଣି ସମାନ ଅବସ୍ଥା ଦେଖା ଦେଇଛି । ଏନେଇ ମଧ୍ୟପ୍ରଦେଶର ୩ ଟି ମୁଖ୍ୟ ସହର ଭୋପାଳ, ଇନ୍ଦୋର ଓ ଜବଲପୁରରେ ପ୍ରଥମ ଲକଡାଉନ ଶନିବାର ରାତି ୧୦ ଟାରୁ ଆରମ୍ଭ ହୋଇଛି । ଏହି ଲକଡାଉନ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ବିନା କାରଣରେ ଘରୁ ବାହାରିଲେ ଗିରଫ୍ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଜରୁରୀକାଳିନ ସେବାକୁ ଛାଡ଼ି ଅନ୍ୟ ସବୁସେବା ବନ୍ଦ ରହିବ ।

ପ୍ରଶାସନ ପକ୍ଷରୁ ଏହି ୩ଟି ସହରରେ ଧାରା ୧୮୮ ଲାଗୁ କରାଯାଇଛି । ଏହି କାରଣରୁ ଯଦି ଆପଣ ବିନା କାରଣରେ ଘରୁ ବାହାରକୁ ବାହାରିବେ ତେବେ ପୁଲିସ ଆପଣଙ୍କୁ ଗିରଫ କରିବ । ଅନ୍ୟପଟେ ଆଜିଠାରୁ ତାରିଖରୁ ଏଠାରେ ଏମପିପିଏସସି ପରୀକ୍ଷା ଆରମ୍ଭ ହେଉଥିବାରୁ ପରୀକ୍ଷାର୍ଥୀମାନେ ଆଡମିଟ୍ କାର୍ଡ ଦେଖାଇ ଯାଇ ପାରିବେ ବୋଲି କୁହାଯାଇଛି ।

Lockdown Announced In Madhya Pradesh's Bhopal, Indore, Jabalpur
ndtv

ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ କେବଳ ୭୭୮ ଜଣ ଇନ୍ଦୋର, ଭୋପାଳ ଓ ଜବଲପୁରରୁ ରହିଛନ୍ତି । ପୂର୍ବ ୭ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୪ ପ୍ରତିଶତ ବୃଦ୍ଧି ପାଇଛି ।

ଅନ୍ୟପଟେ ଜିଲ୍ଲାପାଳମାନେ ଆଦେଶ ଦେଇଛନ୍ତି କି ଯଦି କୌଣସି ବ୍ୟବସାୟୀ ଏହି ନିୟମକୁ ଉଲଙ୍ଘନ କରେ ତେବେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ ସିଲ୍ କରିଦିଆଯିବ । ଏହାସହ ବ୍ୟବସାୟୀମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯିବ ।

ସମ୍ବନ୍ଧିତ ଖବର