ଫେରିଲା ଲକଡାଉନ୍ : କରୋନା ସଂକ୍ରମଣ ବଢ଼ୁଥିବାରୁ ମହାରାଷ୍ଟ୍ରର ଅମରାବତୀରେ ଶନିବାରରୁ ଲକଡାଉନ୍

ମୁମ୍ବାଇ:  ପୁଣି ଫେରିଲା ଲକଡାଉନ୍ । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ପୁଣି ଲକଡାଉନ୍ ଲାଗୁ କରିଛି ପ୍ରଶାସନ । ରାଜ୍ୟର ଅମରାବତୀ ଜିଲ୍ଲାରେ ଲକଡାଉନ୍ ଲାଗୁ କରାଯାଇଛି । ଅମରାବତୀରେ ଶନିବାର ରାତି ୮ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ହେବ । ଆଜି ଜିଲ୍ଲାପାଳ ଶେଲେଶ ନଭଲ୍ ଏହି ଘୋଷଣା କରିଛନ୍ତି।

ସେହିପରି ଯବତମାଲ ଜିଲ୍ଲାରେ ଫେବୃଆରୀ ୨୮ ତାରିଖ ଯାଏଁ  ଜନଗହଳି ରୋକିବାକୁ କଟକଣା ଜାରି  କରାଯାଇଛି। ଏହି ସମୟରେ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ତା’ ସହ ଅଧା ଲୋକଙ୍କୁ ନେଇ ବିବାହ ହେବ ଏବଂ ରେସ୍ତୋରାଁ ଖୋଲିବ । ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି । ତେବେ  ଏହି କଟକଣା ଲକଡାଉନ୍ ନୁହେଁ ବୋଲି ଯବତମାଲ ଜିଲ୍ଲାପାଳ ଏମ.ଡି. ସିଂ କହିଛନ୍ତି।

ସମ୍ବନ୍ଧିତ ଖବର