ମେ ୨୪ରୁ ସପ୍ତାହକ ପାଇଁ ଲକଡାଉନ ବଢ଼ାଇଲେ ତାମିଲନାଡୁ ସରକାର

ଚେନ୍ନାଇ: ଆସନ୍ତା ୨୪ ତାରିଖରୁ ପୁଣି ସପ୍ତାହକ ପାଇଁ ଲକଡାଉନ ବଢ଼ାଇଛନ୍ତି ତାମିଲନାଡୁ ସରକାର | ତେବେ ଏହି ସମୟରେ ମେଡ଼ିସିନ ଦୋକାନ ସହ, ଦୁଗ୍ଧ ଯୋଗାଣ, ଖବରକାଗଜ ବିତରଣ ସାଙ୍ଗକୁ ଗଣମାଧ୍ୟମ ସଂସ୍ଥା ଚାଲୁ ରହିବ | ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମା ମୁତାବକ ଆଜି ରାତି ୯ଟା ଯାଏଁ ଦୋକାନ ଖୋଲିବା ସହ ଆସନ୍ତାକାଲି ସକାଳ ୬ଟାରୁ ରାତି ୯ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି |


ଆଜି ଓ ଆସନ୍ତାକାଲି ହିଁ ଘରୋଇ ବସ ଓ ସରକାରୀ ବସ ଚଳାଚଳ କରିବ | ଆସନ୍ତା ୨୪ ତାରିଖରୁ ରାଜ୍ୟରେ ସମସ୍ତ ପ୍ରକାରର ଗମନାଗମନ ବନ୍ଦ ରହିବା ସହ ଦୋକାନବଜାର ବନ୍ଦ ରହିବ ବୋଲି କୁହାଯାଇଛି | ସୂଚନା ଥାଉ କି ବର୍ତ୍ତମାନ ସୁଦ୍ଧା ତାମିଲନାଡୁରେ ଏମାନଙ୍କ ମଧ୍ୟରୁ ୧୪୭୬୭୬୧ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୧୯୫୯୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି |

ସମ୍ବନ୍ଧିତ ଖବର