ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାରରେ ଜୁନ ୧ ତାରିଖ ପର୍ଯ୍ୟନ୍ତ ବଢିଲା ଲକଡାଉନ୍

ପାଟନା: ବିହାରରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଟ୍ୱିଟ୍ ମୁତାବକ ବିହାରରେ ଜୁନ୍ ପହିଲା ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ।

ବିହାରରେ କୋଭିଡ-୧୯ ବିରୋଧରେ ଜାରି ରହିଥିବା ଲଢେଇରେ ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଏନେଇ କିଛି ଅଧିକାରୀମାନଙ୍କ ସହ ବିଚାର ବିମର୍ଷ କରି ଏଭଳି ନିଷ୍ପତ୍ତି ନେଇଛନ୍ତି ବିହାର ସରକାର । ବିହାର କ୍ରାଇସେସ୍ ମ୍ୟାନେଜମେଣ୍ଟ ଲକଡାଉନ ଜାରି ରଖିବାକୁ ନୀତିଶ କୁମାରଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନୀତିଗତ ସ୍ତରରେ କୋଭିଡ ମ୍ୟାନେଜମେଣ୍ଟ ସହିତ ଜଡିତ କିଛି ବିଭାଗ ସମେତ ଗ୍ରାମୀଣ ବିକାଶ ବିଭାଗ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

Delhi govt extends Covid-19 lockdown till May 17 | Hindustan Times
Hindustan Times

ସୂଚନା ମୁତାବକ, ବିହାରର ଗ୍ରାମୀଣ ଇଲାକାରେ କରୋନା ସଂକ୍ରମଣ ସହ ବ୍ଲାକ ଫଙ୍ଗସ୍ ସଂକ୍ରମଣ ବି ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ଗତ ୨୪ ଘଂଟାରେ ପୂର୍ବଦିନ ତୁଳନାରେ ମୃତକଙ୍କ ସଂଖ୍ୟା ବଢିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲୋକମାନଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛନ୍ତି । ଏହା ସହ ଚଳିତ ଲକଡାଉନରେ ପୂର୍ବ ଲକଡାଉନ ଭଳି କଟକଣା ଜାରି ରହିବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର