ସଂକ୍ରମଣ ବଢ଼ୁଥିବାରୁ ନାଗପୁରରେ ବଢ଼ିଲା ଲକଡାଉନ ଅବଧି, ତାମିଲନାଡୁରେ ବନ୍ଦ ହେଲା ସ୍କୁଲ

ନୂଆଦିଲ୍ଲୀ: ପୁଣି ହୁ ହୁ ହୋଇ ବଢ଼ିଲାଣି କରୋନା ଭୂତାଣୁ ସଂକ୍ରମଣ। ‌କରୋନା କଟକଣାକୁ ଲୋକେ ମାନୁନଥିବାରୁ ଦେଶର ଅନେକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ନାଗପୁୁରରେ କରାଯାଇଥିବା ଲକଡାଉନ ଅବଧିକୁ ବଢ଼ାଇଦିଆଯାଇଛି। ପୂର୍ବରୁ ମାର୍ଚ୍ଚ୧୫-୨୧ପର୍ଯ୍ୟନ୍ତ ନାଗପୁରକୁ ଲକଡାଉନ କରାଯାଇଥିବା ବେଳେ ଏବେ ଏହାକୁ ମାର୍ଚ୍ଚ ୩୧କୁ ବଢ଼ାଇଦିଆଯାଇଛି। ଏହା ସହ ତାମିଲନାଡୁରେ ନବମ, ଦଶମ ଏବଂ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ କରାଯାଇଥିବା ବେଳେ ଦ୍ବାଦଶ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ ଖୋଲା ରହିବ ବୋଲି ଜଣାପଡ଼ିଛି।

school bag, students, girl student, group, uniform, schools
newindianexpress

ତେବେ ନାଗପୁରରେ ଲକଡାଉନ ସମୟରେ ସମସ୍ତ ସ୍କୁଲ ବନ୍ଦ ରହିବା ସହ ପନିପରିବା ଦୋକାନ ସମେତ ଅନ୍ୟ ଜରୁରୀ ସେବା ଯୋଗାଉଥିବା ଦୋକାନଗୁଡ଼ିକ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ନାଗପୁରରେ ଥିବା ରେସ୍ତୋରାଁଗୁଡ଼ିକ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ରାତି ୧୧ଟା ପର୍ଯ୍ୟନ୍ତ ଅନଲାଇନ ଖାଦ୍ୟ ଡେଲିଭରୀକୁ ଅନୁମତି ଦିଆଯିବ। ତେବେ ସ୍କୁଲଗୁଡ଼ିିକ ବନ୍ଦ ରହିଲେ ମଧ୍ୟ ପୂର୍ବରୁୁ ଧାର୍ଯ୍ୟ ହୋଇଥିବା ପରୀକ୍ଷା ବାତିିଲ ହେବ ନାହିଁ। ଉଭୟ ନାଗପୁର ଏବଂ ତାମିଲନାଡୁରେ କରୋନା ଗାଇଡଲାଇନ ସହ ପରୀକ୍ଷା ହେବ।

ସମ୍ବନ୍ଧିତ ଖବର