ପଶ୍ଚିମବଙ୍ଗରେ ଜୁନ ୩୦ ପର୍ଯ୍ୟନ୍ତ ବଢିଲା ଲକଡାଉନ୍

କୋଲକତା : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ଲକଡାଉନ ବେଳେ କିଛି କୋହଳ ନୀତି ଅବଲମ୍ବନ କରିବାକୁ ସିଧା ମନା କରିଦେଇଛନ୍ତି । ରାଜ୍ୟ ମୁଖ୍ୟ ସଚିବ ହରିକୃଷ୍ଣ ଦ୍ୱିବେଦୀ କହିଛନ୍ତି କି ଲକଡାଉନ ବେଳେ ବସ୍, ମେଟ୍ରୋ, ଲୋକାଲ ଟ୍ରେନ୍ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହାସହ ଖୁଚୁରା ଦୋକାନଗୁଡିକ ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ । ରେଷ୍ଟୁରାଣ୍ଟଗୁଡିକ ମଧ୍ୟାହ୍ନ ୧୨ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିବ ।

Image Courtesy of OneIndia
  • ଜୁନ ୧୬ ରୁ ରେଷ୍ଟୁରାଣ୍ଟ ଗୁଡିକ ୫୦ ପ୍ରତିଶତ ଗ୍ରାହକଙ୍କ ସହ ସକାଳ ୧୨ ରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲିପାରିବେ    ।
  • ୩୦ ପ୍ରତିଶତ ଗ୍ରାହକଙ୍କ ସହ ମଲ ଗୁଡିକ ସକାଳ ୧୧ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲା ରହିବ ।
  • ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଗୁଡିକ ୨୫ ପ୍ରତିଶତ କର୍ମଚାରୀଙ୍କ ସହ ସକାଳ ୧୦ ରୁ ଅପରାହ୍ନ ୪ ଟା ଯାଏ ଖୋଲା ରହିବ ।
  • ବିନା ଦର୍ଶକରେ ଷ୍ଟାଡିୟମ ମାନଙ୍କରେ ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇ ପାରିବ ।
  • ପରିବହନ ସେବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି ରାଜ୍ୟ ସରକାର ।
  • କେବଳ ଟିକା ନେଇସାରିଥିବା ଲୋକମାନଙ୍କ ପାଇଁ ପାର୍କ ଭିତରକୁ ଯିବାକୁ ଅନୁମତି ମିଳିବ ।
  • ସ୍କୁଲ, କଲେଜ, ୟୁନିଭରସିଟି, ପଲିଟେକନିକ୍, ଅଙ୍ଗନବାଡି କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ ରହିବ ।
ସମ୍ବନ୍ଧିତ ଖବର