ନୂଆଦିଲ୍ଲୀ: କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ବଢ଼ାଇଲେ ଲକଡାଉନ୍ ଅବଧି। ମେ ୩ ଯାଏଁ ସମଗ୍ର ଦେଶରେ ଲକଡାଉନ୍ ବଳବତ୍ତର ରହିବ ବୋଲି ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ଓ ନାଗରିକମାନଙ୍କର ପରାମର୍ଶ କ୍ରମେ ଏ ଭଳି ନିଷ୍ପତ୍ତି ନିଆଯାଇଛି। ୨୧ ଦିନିଆ ଲକ୍ଡାଉନ୍ ପରି ଆମକୁ ଏହି ସମୟରେ ମଧ୍ୟ ଶୃଙ୍ଖଳିତ ହୋଇ ଚଳିବାକୁ ପଡ଼ିବ ବୋଲି ସେ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି। ଆସନ୍ତାକାଲି ଲକଡାଉନ୍ ନେଇ କେନ୍ଦ୍ର ସରକାର ଏକ ଗାଇଡଲାଇନ୍ ଜାରି କରିବେ। ଏହି ନୂତନ ଗାଇଡଲାଇନ୍ ଅନୁସାରେ ଲକଡାଉନକୁ କାର୍ଯ୍ୟକାରୀ କରାଯିବ। ପୂରା ନିଷ୍ଠାର ସହ ଲକଡାଉନ୍ ନିୟମ ପାଳନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଆପଣମାନେ ଯେଉଁଠି ଅଛନ୍ତି ସେଇଠି ରହନ୍ତୁ। ସାମାଜିକ ଦୂରତା ବଜାୟ ରଖନ୍ତୁ। ସାମାଜିକଦୂରତ୍ବଓଲକଡାଉନରଯେଉଁସୁଫଳମିଳିଛିତାହାଅତୁଳନୀୟ।
ସେ ସତର୍କ କରାଇ ଦେଇ ପୁଣି କହିଛନ୍ତି ଯେ ଏହି ବର୍ଦ୍ଧିତ ଲକ୍ଡାଉନର ପରବର୍ତ୍ତୀ ସପ୍ତାହକୁ ଅଧିକ କଠୋର କରାଯିବ। କରେରାନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାକୁ ହଟ୍ସ୍ପଟ୍ଗୁଡ଼ିକୁ ପୃଥକ୍ ରଖାଯିବ।
ଉଦ୍ବୋଧନ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ କି, ଦେଶବାସୀଙ୍କ ତପସ୍ୟା ଓ ତ୍ୟାଗ ଯୋଗୁଁ ଭାରତ କରୋନାଭାଇରସ୍ଜନିତ ବିପୁଳ କ୍ଷତିରୁ ରକ୍ଷା ପାଇଛି। କଷ୍ଟ ସହି ଦେଶବାସୀ ଭାରତବର୍ଷକୁ ରକ୍ଷା କରିଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
‘ବହୁକଷ୍ଟସହିଭାରତବାସୀଦେଶକୁକରୋନାକବଳରୁବଞ୍ଚାଇଛନ୍ତି।ଅନୁଶାସିତସୀପାହିଭଳିଦେଶକୁରକ୍ଷାକରିଛନ୍ତି।ତେଣୁଆପଣମାନଙ୍କୁମୁଁପ୍ରଣାମଜଣାଉଛି।ବିଶ୍ବମହାମାରୀକୁବିରୋଧରେ ଭାରତରଲଢ଼େଇରେଆପଣମାନେସହଭାଗୀଓସାକ୍ଷୀମଧ୍ୟ।ଭାରତସମସ୍ୟାକୁବଢ଼ିବାକୁନଦେଇସମସ୍ୟାକୁଦେଖିହିଁତାହାକୁରୋକିବାକୁପଦକ୍ଷେପନେଇଥିଲା।ବିଶ୍ବରବଡ଼ବଡ଼ଦେଶମାନଙ୍କତୁଳନାରେଭାରତଢ଼େରଭଲମୁକାବିଲାକରିଛି।ଇଣ୍ଟିଗ୍ରେଟେଡ୍ଆପ୍ରୋଚ୍ଏବଂସମୟାନୁସାରୀପଦକ୍ଷେପନନେଇଥିଲେପରିସ୍ଥିତିକ’ଣହୋଇଥାଆନ୍ତାତାହାକଳ୍ପନାକରାଯାଇପାରେନା .ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।