ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ରବିବାର ଗୁଜୁରାଟର ସୁରତ ହସ୍ପିଟାଲ୍ରେ କରୋନାରେ ସଂକ୍ରମିତ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ କରୋନା ମୃତ୍ୟୁ ସଂଖ୍ୟାରେ ୭ରେ ପହଞ୍ଚି ଯାଇଛି। ଏଯାବତ ଏହି ମାରାତ୍ମକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୦ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ସମସ୍ତ ରାଜ୍ୟକୁ ପରାମର୍ଶ ଦେଇ ଦେଶର ୭୫ଟି ଜିଲ୍ଲାକୁ ଲକ୍-ଡାଉନ୍ ଘୋଷଣା କରି ଦେଇଛନ୍ତି। ଏହି ୭୫ଟି ଜିଲ୍ଲାରେ କରୋନାଭାଇରସ୍ ସଂକ୍ରମଣ ନମୂନା ଚିହ୍ନଟ ହୋଇଥିଲା। ଏଥିସହିତ ଯେଉଁ ଜିଲ୍ଲାରେ କରୋନାଭାଇରସ୍ କାରଣରୁ ଲୋକଙ୍କ ମୃତ୍ୟୁ ହୋଇଛି, ସେହି ଜିଲ୍ଲାଗୁଡ଼ିକୁ ଲକ୍-ଡାଉନ୍ ଘୋଷଣା କରି ଦିଆଯାଇଛି।
ଏଥିସହିତ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯିବାକୁ ଥିବା ବସ୍ ସେବାକୁ ବନ୍ଦ କରିବାର ନିଷ୍ପତ୍ତି ଏକ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଛି। ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବ, କ୍ୟାବିନେଟ ସଚିବ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଉପସ୍ଥିତ ଥିଲେ। ଲକ୍-ଡାଉନ୍ ସମୟରେ ଜରୁରୀ ସେବା ଚାଲୁ ରହିବ। ଏହି ସେବାଗୁଡ଼ିକ ମଧ୍ୟରେ ହସ୍ପିଟାଲ, ଔଷଧ ଦୋକାନ ଓ ଖାଦ୍ୟ ସାମଗ୍ରୀ ଦେକାନ ଚାଲୁ ରହିବ ବୋଲି ସ୍ପଷ୍ଟ କରି ଦିଆଯାଇଛି।
hindustantimes.comଏତଦ୍ ବ୍ୟତୀତ କେନ୍ଦ୍ର ସରକାର ସମଗ୍ର ଦେଶରେ ମେଟ୍ରୋ ସେବାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିବାର ଘୋଷଣା କରିଛନ୍ତି। ଏଥିସହିତ ଦିଲ୍ଲୀ ମେଟ୍ରୋ, ଲକ୍ଷ୍ମୌ ମେଟ୍ରୋ, ନୋଏଡା ମେଟ୍ରୋ, କୋଲକାତା ମେଟ୍ରୋ, କୋଚ୍ଚି ମେଟ୍ରୋ, ବେଙ୍ଗାଲୁରୁ ମେଟ୍ରୋ ଆଦି ବନ୍ଦ ରହିବ।
/sambad/media/post_attachments/2f3a721831934831e34cc6a5042d16f0ca488db12371bc7e617e629cdfbc4c4f.jpg)
କେନ୍ଦ୍ର ସରକାର ଦେଶର ସମସ୍ତ ଅପରେସନାଲ ମେଟ୍ରୋର ପରିଚାଳକ ନିର୍ଦ୍ଦେଶକଙ୍କୁ ସୂଚିତ କରି କହିଛନ୍ତି, ମେଟ୍ରୋ ସେବା ବନ୍ଦ କରିବା ଦ୍ୱାରା କରୋନା ସଂକ୍ରମଣର ଚେନ୍କୁ ଭଙ୍ଗା ଯାଇ ପାରିବ। ଏହି ପ୍ରସଙ୍ଗରେ ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/download-28.jpg)