ବେଜିଂ : ଚୀନ୍ରେ କରୋନା ସଂକ୍ରମଣ ପୁଣି ମାଡ଼ିଲାଣି। ‘ଷ୍ଟିଲ୍ଥ ଓମିକ୍ରନ୍’ ତଥା ଓମିକ୍ରନ୍ ବିଏ.୨କୁ ନେଇ ଚୀନ୍ରେ ଆତଙ୍କ ଖେଳି ଯାଇଛି। ଚୀନ୍ରେ ୧୩ଟି ସହର ଏବଂ ପ୍ରାୟ ୩ କୋଟି ଲୋକ ସମ୍ପୂର୍ଣ୍ଣ ଲକ୍ଡାଉନ୍ରେ ରହିଛନ୍ତି। ଚୀନ୍ରେ ମଙ୍ଗଳବାର ଦିନ ୫,୨୮୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପୂର୍ବଦିନ ତୁଳନାରେ ସଂକ୍ରମଣ ମାମଲା ଦ୍ବିଗୁଣା ହୋଇଛି। ଓମିକ୍ରନ୍ ବିଏ.୨ ମୂଳ ପ୍ରଜାତିଠାରୁ ଅଧିକ ସଂକ୍ରାମକ। ଉକ୍ତ ପ୍ରଜାତି ପାଇଁ ଚୀନ୍ରେ ସଂକ୍ରମଣ ଦ୍ବିଗୁଣା ହେଉଛି। ଜାତୀୟ ସ୍ବାସ୍ଥ୍ୟ କମିସନ୍ ତଥ୍ୟ ଅନୁଯାୟୀ ଚୀନ୍ରେ ରବିବାର ଦିନ ସଂକ୍ରମଣ ମାମଲା ୧୪୩୭ ଥିବାବେଳେ ସୋମବାର ଦିନ ୩,୬୦୨ ରହିଛି। ମଙ୍ଗଳବାର ଚୀନ୍ରେ ସଂକ୍ରମଣ ମାମଲା ୫ ହଜାରରୁ ଅଧିକ ରହିଛି। ଚୀନ୍ରେ ଏହି ପ୍ରଜାତି ମାଡ଼ିବାରୁ ବିଶ୍ବବ୍ୟାପୀ ଆତଙ୍କ ଖେଳିଯାଇଛି।
ଓମିକ୍ରନ୍ ବିଏ.୨କୁ ନେଇ ଚୀନ୍ରେ ଆତଙ୍କ: ୩ କୋଟି ଲୋକ ସମ୍ପୂର୍ଣ୍ଣ ଲକ୍ଡାଉନ୍ରେ
/sambad/media/post_attachments/wp-content/uploads/2022/03/f-covidwrap-a-20200217.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)