ଦିଲ୍ଲୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ହାର ୩୬-୩୭ ପ୍ରତିଶତ: କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁଣି ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି। ରବିବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କି ମେ ମାସ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଜାରି ରହିବ ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିଲେ କି ଏବେ କରୋନା ଏବେ ପିକ୍ ରେ ରହିଛି । ଏହାସହ ରାଜ୍ୟର ଜନତାଙ୍କ ମତ ବି ଲକଡାଉନ ଜାରି ରହୁ । ଏଣୁ ଆଉ ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ଅବଧି ବୃଦ୍ଧି କରାଗଲା ବୋଲି ସେ କହିଥିଲେ । ଏହାସହ ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ହାର ୩୬-୩୭ ପ୍ରତିଶତ ଯାହା ଆଗରୁ କେବେ ହୋଇନଥିଲା । ଅନ୍ୟପଟେ ଅକ୍ସିଜେନ ଅଭାବକୁ ନେଇ ସେ କହିଥିଲେ କି ଦିଲ୍ଲୀ ପାଇଁ କେନ୍ଦ୍ର ସରକାର ଅକ୍ସିଜେନ କୋଟାକୁ ୪୮୦ ମେଟ୍ରିକ୍ ଟନରୁ ବୃଦ୍ଧି କରି ୪୯୦ ମେଟ୍ରିକ ଟନ କରିଛନ୍ତି । ହେଲେ ଦିଲ୍ଲୀ ପାଇଁ ଏବେ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନର ଆବଶ୍ୟକତା ପଡୁଛି ।

ଅନ୍ୟପଟେ କରୋନା ମୁକାବିଲାରେ ନିଜର ବିଫଳତାକୁ ସ୍ୱୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି କି କିଛି ସ୍ଥାନକୁ ଅକ୍ସିଜେନ ପହଂଚାଇବାରେ ବିଫଳ ହେଉଛୁ । ଅନ୍ୟପଟେ ଅକ୍ସିଜେନ ଓ କରୋନା ସଂପର୍କରେ ସୂଚନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ୱେବସାଇଟ ପ୍ରସ୍ତୁତ କରାଯାଇଛି । ଯେଉଁ ସାଇଟରେ ଲୋକମାନେ କେଉଁଠି ବେଡ ଖାଲି ଅଛି, କେଉଁ ହସ୍ପିଟାଲରେ କେତେ ଅକ୍ସିଜେନ ମହଜୁତ ଅଛି ଏ ବାବଦରେ ଜାଣିପାରିବେ । ଏହାସହ ଏହି ପୋର୍ଟାଲ ମାଧ୍ୟମରେ ପ୍ରତି ହସ୍ପିଟାଲ ଓ ଅକ୍ସିଜେନ ପ୍ରସ୍ତୁତକାରୀ କମ୍ପାନୀଙ୍କ ତରଫରୁ ସୂଚନା ଦିଆଯିବ କି ପ୍ରତି ୨ ଘଂଟାରେ କେତେ ଅକ୍ସିଜେନ ବ୍ୟବହାର ହୋଇଛି ଓ କେଉଁ ହସ୍ପିଟାଲକୁ କେତେ ଯୋଗାଣ ହୋଇଛି । ଫଳରେ ରାଜ୍ୟ ସରକାର ସହଜରେ ଅକ୍ସିଜେନର ପରିଚାଳନା କରିପାରିବେ ।

ସମ୍ବନ୍ଧିତ ଖବର