ହରିଆଣାରେ ମେ’ ୨୪, ଜମ୍ମୁ-କଶ୍ମୀରରେ ମେ’ ୨୪ ଏବଂ ପଞ୍ଜାବରେ ମେ’ ୩୧ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନିୟନ୍ତ୍ର କରିବ ପାଇଁ ଦିଲ୍ଲୀ ପରେ ଏବେ ହରିଆଣା, ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରରେ ଲକଡାଉନ ଅବଧିକୁ ବାଢିଦିଆଯାଇଛି | ହରିଆଣାରେ ମେ’ ୨୪, ଜମ୍ମୁ-କଶ୍ମୀରରେ ମେ’ ୨୪ ଏବଂ ପଞ୍ଜାବରେ ମେ’ ୩୧ପର୍ଯ୍ୟନ୍ତ ଲକଡାଉନ କରାଯାଇଛି | ଏହି ସମୟ ମଧ୍ୟରେ ଜରୁରୀ ସେବାକୁ ଅନୁମତି ମିଳିଛି |

ପଞ୍ଜାବରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଲକଡାଉନ ଅବଧିକୁ ବଢ଼ାଇଥିବା କହିଛନ୍ତି | ଶନିବାର ଦିନ ପଞ୍ଜାବରେ ୨୧୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୬,୮୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ଏବେ ମୋଟ ସଂକ୍ରମଣ ସଂଖ୍ୟା ୪,୯୦,୭୫୫ରେ ପହଞ୍ଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସଂକ୍ରମଣରେ ରାଜ୍ୟରେ ୧୧,୬୯୩ ଜଣଙ୍କର ମୃତ୍ୟୁ ଘଟିଛି।

More states opt for lockdown as India's Covid-19 situation worsens |  Hindustan Times
Hindustan Times

ସେହିଭଳି ଜମ୍ମୁ -କଶ୍ମୀରରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ମେ’ ୨୪ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବଢାଯାଇଛି | ଏପ୍ରିଲ୍ ୨୯ ରେ, ଜମ୍ମୁ -କଶ୍ମୀର ପ୍ରଶାସନ ପ୍ରଥମେ ୧୧ ଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିଥିବା ବେଳେ ପରେ ସଂକ୍ରମଣ ବଢ଼ିବାରୁ ସମସ୍ତ ୨୦ ଟି ଜିଲ୍ଲାକୁ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ କରିଥିଲା। ଏବେ ସଂକ୍ରମଣ ନିୟନ୍ତ୍ରଣକୁ ଆସିନଥିବାରୁ ଲକଡାଉନର ଅବଧିକୁ ବଢାଯାଇଛି |

ଅନ୍ୟପକ୍ଷରେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ରାଜ୍ୟରେ ମେ ୨୪ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଲୋକମାନେ ଆହୁରି ଶକ୍ତ କଟକଣା ଲଗାଇବାକୁ ଦାବି କରିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । କହିରଖୁ କି ରାଜ୍ୟରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମେ’ ୩ ତାରିଖରେ ରାଜ୍ୟରେ ଲକଡାଉନ ଘୋଷଣା କରିଥିଲେ । ଏହାପରେ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରାଯାଇଥିଲା । ସ୍ଥିତିର କିଛି ସୁଧାର ନଆସିବାରୁ ପୁଣି ଏହାକୁ ମେ ୨୪ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର