ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗତକାଲି ହତ୍ୟା ଉଦ୍ୟମ ହେବାପରେ ଇସଲାମାବାଦରେ ସୁରକ୍ଷା କଡ଼ାକଡ଼ି ହୋଇଛି। ସମଗ୍ର ଇସଲାମାବାଦରେ ପାଣି, ରାସନ ଯୋଗାଣ ଏବଂ ମେଡିକାଲ ସେବା ବ୍ୟତୀତ ଅନ୍ୟ ସବୁ ଠପ୍ ହୋଇଯାଇଛି। କରାଚୀ, ଲାହୋର ସମେତ ଦେଶର ସମସ୍ତ ପ୍ରମୁଖ ସହରରେ ହିଂସାତ୍ମକ ବିକ୍ଷୋଭ ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ଗୁରୁବାର ଦିନ ଇମ୍ରାନ୍ଙ୍କ ଉପରକୁ ଗୁଳି ମାଡ଼ ହେବାପରେ ତୁରନ୍ତ ଇସଲାମାବାଦରେ ସମସ୍ତ ସ୍କୁଲ ଏବଂ ମଦ୍ରାସା ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଥିଲା। ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରାଳୟ ଇମ୍ରାନ୍ଙ୍କ ଉପରେ ଆକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାପାଇଁ ପଂଜାବ ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/post_attachments/wp-content/uploads/2022/11/pak2.jpg)
ମିଳିଥିବା ସୂଚନାନୁଯାୟୀ ଇମ୍ରାନ୍ଙ୍କ ରାଲି ଏବଂ ଶୋଭାଯାତ୍ରା ପାଇଁ ଇସଲାମାବାଦରେ ପୂର୍ବରୁ ଲକ୍ଡାଉନ ପାଇଁ ଯୋଜନା ହୋଇଥିଲା। ଇମ୍ରାନଙ୍କ ଯାତ୍ରା
ଇସଲାମାବାଦରେ ପହଞ୍ଚିବାପରେ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାପାଇଁ ଯୋଜନା ହୋଇଥିଲା। ତେବେ ଆକ୍ରମଣ ଘଟଣା ପରେ ସ୍ଥିତି ଜଟିଳ ହୋଇଛି। ଇମ୍ରାନଙ୍କ ଯାତ୍ରାରେ ଅଂଶଗ୍ରହଣ ପାଇଁ ଆସୁଥିବା ଲୋକଙ୍କୁ ଇସଲାମାବାଦର କୌଣସି ହୋଟେଲ ଏବଂ ଗେଷ୍ଟହାଉସରେ ନ ରଖିବାପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଇତିମଧ୍ୟରେ ଇମ୍ରାନ ଖାନ୍ଙ୍କ ଦଳ ପକ୍ଷରୁ ଆଜି ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଶୁକ୍ରବାର ପ୍ରାର୍ଥନା ପରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି। ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ) ସାଧାରଣ ସଚିବ ଅସାଦ ଉମର ଏକ ଟ୍ବିଟ୍ କରି କହିଛନ୍ତି ଯେ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
/sambad/media/post_attachments/wp-content/uploads/2022/11/pak1a.jpg)
ଉଲ୍ଲେଖଯୋଗ୍ୟ ଯେ ଇମ୍ରାନ୍ ଖାନ ପାକିସ୍ତାନରେ ସଦ୍ୟ ନିର୍ବାଚନ ଦାବି କରି ଗତ ଅକ୍ଟୋବର ୨୮ରୁ ଇସଲାମାବାଦ ଅଭିମୁଖେ ‘ଲଙ୍ଗ୍ ମାର୍ଚ’ ଆରମ୍ଭ କରିଥିଲେ। ୭୦ ବର୍ଷୀୟ ଇମ୍ରାନ ଖାନଙ୍କ ଉପରକୁ ଗତକାଲି ଗୁଳିମାଡ଼ ହୋଇଥିଲା। ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/pak3.jpg)