ସଂକ୍ରମଣ କମ ହେଉଥିବାରୁ ବିହାର ଏବଂ ଉତ୍ତରପ୍ରଦେଶରୁ ହଟିଲା ଲକଡାଉନ, ଜାରି ରହିବ ନାଇଟ୍ କର୍ଫ୍ୟୁ ଓ ସଟଡାଉନ

ପାଟନା: ବିହାରରେ କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ୩୫ ଦିନ ଧରି ଲାଗିଥିବା ଲକଡାଉନ୍ ହଟାଇ ଦିଆଯାଇଛି । ଏନେଇ ମଙ୍ଗଳବାର ଦିନ ରାଜ୍ୟ କ୍ରାଇସେସ୍ ମ୍ୟାନେଜମେଣ୍ଟ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ରାଜ୍ୟରେ କମୁଥିବା ସଂକ୍ରମଣକୁ ନଜରରେ ରଖି ମଙ୍ଗଳବାର ଦିନ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଲକଡାଉନ୍ ହଟାଇବା ପ୍ରସ୍ତାବ ଉପରେ ମୋହର ଲାଗିଥିଲା ।

ରାଜ୍ୟ ସରକାର ରାଜ୍ୟରେ ଲକଡାଉନ ହଟାଇ ଦେଇଥିଲେ ବି ନାଇଟ୍ କର୍ଫ୍ୟୁ ସମେତ ଆଉକିଛି କଟକଣା ବଳବତ୍ତର ରଖିଛନ୍ତି । ବିହାର ସମେତ ଉତ୍ତରପ୍ରଦେଶରେ ମଧ୍ୟ ଲକଡାଉନ କଟକଣା ହଟାଇଛନ୍ତି ସରକାର | ବିହାର ଭଳି ଲକଡାଉନ ହଟାଇ ଦେଇଥିଲେ ବି ଉତ୍ତରପ୍ରଦେଶରେ ନାଇଟ୍ କର୍ଫ୍ୟୁ ସମେତ ଆଉକିଛି କଟକଣା ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର |

Ferroque Systems

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କି, ଲକଡାଉନ୍ ଫଳରେ କରୋନା ସଂକ୍ରମଣ ହ୍ରାସ ପାଇଛି । ହେଲେ ସମ୍ପୂର୍ଣ୍ଣ ସଂକ୍ରମଣ କମିନଥିବାରୁ ସନ୍ଧ୍ୟା ୭ ଟାରୁ ସକାଳ ୫ ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିବ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଓ ଘରୋଇ ଅଫିସ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଖୋଲା ରହିବ । ଦୋକାନ ସନ୍ଧ୍ୟା ୫ ଟା ଯାଏଁ ଖୋଲା ଯାଇ ପାରିବ । ଅନଲାଇନ ଶିକ୍ଷାଦାନ ଚାଲୁ ରହିବ । ଏହାସହ ବ୍ୟକ୍ତିଗତ ଗାଡି ଚଳାଚଳ କରିପାରିବ । ଏଭଳି କଟକଣା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭିଡ ନକରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

ସେହିଭଳି ଉତ୍ତରପ୍ରଦେଶରେ ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିବ । ଏହା ସହ ସପ୍ତାହାନ୍ତ ସଟଡାଉନ ମଧ୍ୟ ବଳବତ୍ତର ରହିବ | ସୂଚନା ଥାଉକି ବିହାରରେ ମୋଟ ୩୫ ଦିନ ଲକଡାଉନ୍ ଲାଗି ରହିଲା । ଏହାରି ମଧ୍ୟରେ ରାଜ୍ୟରେ ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟ ସରକାର ୪ ଥର ଲକଡାଉନ୍ ବୃଦ୍ଧି କରିଥିଲେ ।

ସମ୍ବନ୍ଧିତ ଖବର